ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଧର୍ମ କର୍ମ ର ସଂଜ୍ଞା ବଦଳି ଯାଉଛି

ଧର୍ମ କର୍ମ ର ସଂଜ୍ଞା ବଦଳି ଯାଉଛି

ନର ଶରୀର ଅଟେ କ୍ଷଣ ଭଙ୍ଗୁର 
ପାଖେଇ ଆସିବ ବେଳ ବଦାୟର ।୧।
ସରିସରି ଯିବ ତ ଜୀବନ କାଳ 
କିଛି ଚିନ୍ତା କରିବାକୁ ଆସିବନି ବଳ ।୨।
ଶୁଣିଛି ମନ ତୋହର ନିଜ ଗୁରୁ
ହେ ଉଦ୍ଧବ କେତେ ତୁ ପଚାରୁ ।୩।
ଜାଣିଥିଲି ଗୁରୁ ନ ଧରି ହେ ଅର୍ଜୁନ
କହ କାହିଁ ପାଇବୁ ତୁ ସଦ ଜ୍ଞାନ ।୪।
ଭାବିଲେ ମନରେ ସତର ଜ୍ଞାନ,
ମଣିଷର ମନେ ହୁଏ ସତ ପଥ ଉତ୍ପନ୍ନ ।୫।
ମଣିଷର ବିବେକ ତ ଉଦ୍ଭବ ହୁଏ 
ମଣିଷର ଦୃଷ୍ଟି ଓ ଚେତନା ଶୁଦ୍ଧ ହୁଏ ।୬।
ଶୁଦ୍ଧତାରୁ ମନରେ ବିଶ୍ୱାସ ଆସଇ
ବିଶ୍ୱାସରୁ ଶ୍ରଦ୍ଧା ଜାତ ହୋଇଥାଇ ।୭।
ଏ ଶବ୍ଦର ସଂଜ୍ଞା ଆଜି ବଦଳି ଯାଉଛି
ଏ ସବୁ ଦେଖି ମନରେ ଦୁଃଖ ଆସୁଛି ।୮।
ଦେଖ ଆକାଶ କିପରି ଦୂଷିତ ହୋଇଛି
ସବୁଠିଁ ଧ୍ୱଂସର କୋକୁଆ ଭୟ ପଶୁଛି ।୯।
ମଣିଷ ତୋଳୁଅଛି କେତେ କେତେ ମନ୍ଦିର
କିନ୍ତୁ ଭଗ୍ନ ହୋଇଛି ମନରେ ଶୁଦ୍ଧତା ତାର ।୧୦।
ଆଖିକୁ ଦିଶୁନି କିଛି ସ୍ୱଚ୍ଛ ଭାବନା
ସତ୍ତା ପାଇଁ ଖାଲି ଚାଲେ ଯୋଜନା ।୧୧।
ସେବକ ନାମରେ ନେତାର ହୋଇଛି ନୀତି 
କରିବା କେମିତି ନିଜର ଅଣ୍ଟି ଭର୍ତ୍ତି ।୧୨।
ଶ୍ରମର ମୂଲ୍ୟ ପାଇଁ ଆନ୍ଦୋଳନ କଲେ
କଳେ ବଳେ ପୁଂଜିପତି ପାଇଁ ଆଇନ ବଦଳେ ।୧୩।
ଚାଲାକ ଲୋକ ଦିଗ ଦେଖି ଛତାକୁ ମେଲାନ୍ତି
ସେବା ମନ ଚୂଲିକି ଗଲାଣି ଚାଲେ ହୀନ ରାଜନୀତି ।୧୪।
ଭାବିଲେ କୃଷକ ଶ୍ରମିକ ବେଦନା ବ୍ୟଥା
ଧନୀକୁ ପୋଷନ୍ତି କେ ଶୁଣିବ ଏ ଦୁଃଖର କଥା ।୧୫।

ଚିତ୍ତ ରଞ୍ଜନ ନନ୍ଦ

ଜଗତପୁର, କଟକ

 

Related posts

ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ଆଲୋଚନା ଚକ୍ର

Sunil Chandra Nayak

ପିତାମାତା ହରାଇଥିବା ଦୁଇ ଶିଶୁ ସରକାରୀ ସହାୟତା ପାଇବେ

Sunil Chandra Nayak

କବିତା ସାହୁ ଙ୍କ କବିତା   ଆସିଲା ବରଷା 

Sunil Chandra Nayak

Leave a Comment

error: Content is protected !!