ଜୁନାଗଡ଼,୪/୪(ନି .ପ୍ର) ଜୁନାଗଡ଼ ଚମେଲୀଦେବୀ ମହିଳା ମହାବିଦ୍ୟାଳୟ ଠାରେ ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି ! କଲେଜର ଅଧକ୍ଷା ପ୍ରିୟମଞ୍ଜରୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସର୍ବ ମଙ୍ଗଳା ଉଚ୍ଚ ମହା ବିଦ୍ୟାଳୟ ଅଧକ୍ଷ ଜୟନ୍ତ ଜେନା ଓ ଅତିଥି ଭାବେ ସାମ୍ବାଦିକ ରାକେଶ କୁମାର ବେମାଲ ଯୋଗ ଦେଇଥିଲେ ! ଅଧ୍ୟାପକ ବିଶ୍ୱପତି ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରି ସ୍ୱାଗତ ଭାଷଣ ଦେଇଥିଲେ। ଅଧ୍ୟାପକ ରୁଦ୍ର ନାରୟଣ ବେହେରା ଓ ଅଧ୍ୟାପିକା ସସ୍ମିତା ମୁଣ୍ଡ ଶିବିରର ଲକ୍ଷ୍ୟ ଓ ଉଦେଶ୍ୟ ନେଇ ଆଲୋକପାତ କରିଥିଲେ । ସେହିପରି ପ୍ରଶିକ୍ଷିକା ଜଳି ପରାଭୋଇ ଓ ଅଞ୍ଜନା ବିଷି ୧୨୮ ଜଣ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ! ଖେଳ ଶିକ୍ଷକ ଦୁର୍ଗା ଶଙ୍କର ସିଂଙ୍କ ତତ୍ୱାବଧାନରେ ଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ! ଅଧ୍ୟାପିକା ନଳିନୀ ପ୍ରଭା ମହାନ୍ତି ଧନ୍ୟବାଦ ଦେଇଥିବା ବେଳେ ସମସ୍ତ ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ସାଟିଫିକେଟ ପ୍ରଦାନ କରାଯାଇଥିଲା। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।
previous post
next post