ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆତ୍ମ ସୁରକ୍ଷା ଶିବିର ଉଦଯାପିତ

ଜୁନାଗଡ଼,୪/୪(ନି .ପ୍ର) ଜୁନାଗଡ଼ ଚମେଲୀଦେବୀ ମହିଳା ମହାବିଦ୍ୟାଳୟ ଠାରେ ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି ! କଲେଜର ଅଧକ୍ଷା ପ୍ରିୟମଞ୍ଜରୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସର୍ବ ମଙ୍ଗଳା ଉଚ୍ଚ ମହା ବିଦ୍ୟାଳୟ ଅଧକ୍ଷ ଜୟନ୍ତ ଜେନା ଓ ଅତିଥି ଭାବେ ସାମ୍ବାଦିକ ରାକେଶ କୁମାର ବେମାଲ ଯୋଗ ଦେଇଥିଲେ ! ଅଧ୍ୟାପକ ବିଶ୍ୱପତି ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରି ସ୍ୱାଗତ ଭାଷଣ ଦେଇଥିଲେ। ଅଧ୍ୟାପକ ରୁଦ୍ର ନାରୟଣ ବେହେରା ଓ ଅଧ୍ୟାପିକା ସସ୍ମିତା ମୁଣ୍ଡ ଶିବିରର ଲକ୍ଷ୍ୟ ଓ ଉଦେଶ୍ୟ ନେଇ ଆଲୋକପାତ କରିଥିଲେ । ସେହିପରି ପ୍ରଶିକ୍ଷିକା ଜଳି ପରାଭୋଇ ଓ ଅଞ୍ଜନା ବିଷି ୧୨୮ ଜଣ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ! ଖେଳ ଶିକ୍ଷକ ଦୁର୍ଗା ଶଙ୍କର ସିଂଙ୍କ ତତ୍ୱାବଧାନରେ ଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ! ଅଧ୍ୟାପିକା ନଳିନୀ ପ୍ରଭା ମହାନ୍ତି ଧନ୍ୟବାଦ ଦେଇଥିବା ବେଳେ ସମସ୍ତ ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ସାଟିଫିକେଟ ପ୍ରଦାନ କରାଯାଇଥିଲା। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ମାଛ ଧରିବାକୁ ଯାଇ ବଜ୍ରାଘାତରେ ଯୁବକ ମୃତ

Sunil Chandra Nayak

ମେସିନ କରୁଛି ଏମଜିଏନଆଇଜିଏ କାମ,ଶ୍ରମିକ ଯାଉଛି ଦାଦନ

Sunil Chandra Nayak

ନବରଙ୍ଗପୁର ନିପା ତରଫରୁ ପାଷ୍ଟର କେୟାର ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!