ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରାରୁ ଗଡ଼ିଲା “ପଢ଼ନା ଲିଖନା” ସଚେତନ ରଥ

କୋକସରା,୨୪ା୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାକ୍ଷର ମିସନ ପ୍ରାଧିକରଣ ଦ୍ୱାରା ଗୁରୁବାର କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ‘ପଢନା ଲିଖନା’ ସଚେତନ ରଥ ଗଡ଼ିଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ କୋକସରା ସରପଞ୍ଚ କିଶୋର ପ୍ରଧାନୀ, ଏବିଓ ତଥା ବିଆର୍‌ସିସି ତୋଫାନ ମାଝି ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହି ସଚେତନ ରଥ କୁ ଉଦ୍‌ଘାଟନ କରିଥିଲେ । ଏହି ସଚେତନ ରଥ ଟି କୋକସରା ବ୍ଳକର ବିଭିନ୍ନ କ୍ଲଷ୍ଟର କୁ ପରିଭ୍ରମଣ କରି ୧୫ ରୁ ଉର୍ଦ୍ଧ୍ୱ ବୟସରେ ଥିବା ଅଣ ସାକ୍ଷର ମାନଙ୍କୁ ସାକ୍ଷର କରିବା ପାଇଁ ସଚେତନ କରିବ । କାର୍ଯ୍ୟକ୍ରମ କୁ ନୋଡାଲ ସିଆର୍‌ସିସି ବୈକୁଣ୍ଠ ଜାଲ ପରିଚାଳନା କରିଥିଲେ । ଅଜୟ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ବୀର କିଶୋର ନାଗ, ଲିଙ୍ଗରାଜ ନାଏକ, ତ୍ରିନାଥ ପଣ୍ଡା, ଚନ୍ଦ୍ର ବେମାଲ, ଜୟଶ୍ରୀବାଲା ନାୟକ, ସାକ୍ଷର ଭାରତ କାର୍ଯ୍ୟକ୍ରମ ର ବ୍ଲକ ସଂଯୋଜକ କ୍ଷୀରସିନ୍ଧୁ ନେଗୀ ସମେତ ସମସ୍ତ କ୍ଲଷ୍ଟର ସଂଯୋଜକ, ପ୍ରେରକ, ସ୍ୱେଛାସେବୀ ଓ ଶିକ୍ଷକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ମ ନି ସ 

Related posts

ଢେଙ୍କାନାଳ ସଚେତନ ନାଗରିକ ଫୋରମ ମହିଳା ଶାଖା ପକ୍ଷରୁ ମହାତ୍ମାଗାନ୍ଧୀ ତଥା ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ

Sunil Chandra Nayak

ଵାତୋ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ପାଳିତ

Sunil Chandra Nayak

ନିଖିଳ ଉତ୍କଳ ଶିକ୍ଷକ ସଂଘ ର ନୂଆପଡ଼ା ଶାଖା ଗଠିତ

Sunil Chandra Nayak

Leave a Comment

error: Content is protected !!