କୋକସରା,୨୪ା୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାକ୍ଷର ମିସନ ପ୍ରାଧିକରଣ ଦ୍ୱାରା ଗୁରୁବାର କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ‘ପଢନା ଲିଖନା’ ସଚେତନ ରଥ ଗଡ଼ିଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ କୋକସରା ସରପଞ୍ଚ କିଶୋର ପ୍ରଧାନୀ, ଏବିଓ ତଥା ବିଆର୍ସିସି ତୋଫାନ ମାଝି ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହି ସଚେତନ ରଥ କୁ ଉଦ୍ଘାଟନ କରିଥିଲେ । ଏହି ସଚେତନ ରଥ ଟି କୋକସରା ବ୍ଳକର ବିଭିନ୍ନ କ୍ଲଷ୍ଟର କୁ ପରିଭ୍ରମଣ କରି ୧୫ ରୁ ଉର୍ଦ୍ଧ୍ୱ ବୟସରେ ଥିବା ଅଣ ସାକ୍ଷର ମାନଙ୍କୁ ସାକ୍ଷର କରିବା ପାଇଁ ସଚେତନ କରିବ । କାର୍ଯ୍ୟକ୍ରମ କୁ ନୋଡାଲ ସିଆର୍ସିସି ବୈକୁଣ୍ଠ ଜାଲ ପରିଚାଳନା କରିଥିଲେ । ଅଜୟ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ବୀର କିଶୋର ନାଗ, ଲିଙ୍ଗରାଜ ନାଏକ, ତ୍ରିନାଥ ପଣ୍ଡା, ଚନ୍ଦ୍ର ବେମାଲ, ଜୟଶ୍ରୀବାଲା ନାୟକ, ସାକ୍ଷର ଭାରତ କାର୍ଯ୍ୟକ୍ରମ ର ବ୍ଲକ ସଂଯୋଜକ କ୍ଷୀରସିନ୍ଧୁ ନେଗୀ ସମେତ ସମସ୍ତ କ୍ଲଷ୍ଟର ସଂଯୋଜକ, ପ୍ରେରକ, ସ୍ୱେଛାସେବୀ ଓ ଶିକ୍ଷକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ମ ନି ସ
previous post
next post