ନୂଆପଡା ଜିଲ୍ଲା ଖଡ଼ିଆଳ ପୌର ନିର୍ବାଚନ ମତଦାନ ଶାନ୍ତିପୂର୍ଣ୍ଣ ଭ।ବରେ ସମାପ୍ତ ହୋଇଛି । ଖଡ଼ିଆଳ ପୌର ପରିଷଦରେ ୧୩ ଟି ୱାର୍ଡ ଥିବା ବେଳେ ୧୪ ଗୋଟି ବୁଥରେ ମତଦାନ ହୋଇଥିଲା । ଭୋଟର ସଂଖ୍ୟା ୧୧୪୪୯ ଥିବା ବେଳେ ସେଥି ମଧ୍ୟରୁ ୮୯୫୨ ଜଣ ଭୋଟର ନିଜ ନିଜର ସମର୍ଥକଙ୍କୁ ଭୋଟ ଦେଇଛନ୍ତି । ଏଥିରେ ୭୭.୯୭% ପ୍ରତିଶତ ମତଦାନ ହୋଇ ଥିବା ବିଶେଷ ସୂତ୍ରରୁ ପ୍ରକାଶ । ସେଥିମଧ୍ୟରୁ ୪୪୧୦ ଜଣ ମହିଳା ଏବଂ ୪୫୪୨ ଜଣ ପୁରୁଷ ଭୋଟର ନିଜ ଭୋଟ ଦେଇଥିବା ନିର୍ବାଚନ ଅଧିକାରୀ ସିନ୍ଧୁ ସୁତା ପାତ୍ର ପ୍ରକାଶ କରିଛନ୍ତି । ୧୪ ଗୋଟି ବୁଥ ଥିବାବେଳେ ୱାର୍ଡ ନଂ ୨ ଗୋଲାପୀ ବୁଥ ଓ ଅନ୍ୟ ବୁଥ ଆଦର୍ଶ ବୁଥରେ ନାମିତ କରିଥିଲେ । ବିଭିନ୍ନ ବୁଥରେ ସ୍କାଉଟ ଗାଇଡ଼ ଛାତ୍ର ମାନେ ବୃଦ୍ଧବୃଦ୍ଧା ଓ ବିକଳାଙ୍ଗ ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post