ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ – ମତ ଦାନ ଶାନ୍ତି ପୂର୍ଣ

ନୂଆପଡା ଜିଲ୍ଲା ଖଡ଼ିଆଳ ପୌର ନିର୍ବାଚନ ମତଦାନ ଶାନ୍ତିପୂର୍ଣ୍ଣ ଭ।ବରେ ସମାପ୍ତ ହୋଇଛି । ଖଡ଼ିଆଳ ପୌର ପରିଷଦରେ ୧୩ ଟି ୱାର୍ଡ ଥିବା ବେଳେ ୧୪ ଗୋଟି ବୁଥରେ ମତଦାନ ହୋଇଥିଲା । ଭୋଟର ସଂଖ୍ୟା ୧୧୪୪୯ ଥିବା ବେଳେ ସେଥି ମଧ୍ୟରୁ ୮୯୫୨ ଜଣ ଭୋଟର ନିଜ ନିଜର ସମର୍ଥକଙ୍କୁ ଭୋଟ ଦେଇଛନ୍ତି । ଏଥିରେ ୭୭.୯୭% ପ୍ରତିଶତ ମତଦାନ ହୋଇ ଥିବା ବିଶେଷ ସୂତ୍ରରୁ ପ୍ରକାଶ । ସେଥିମଧ୍ୟରୁ ୪୪୧୦ ଜଣ ମହିଳା ଏବଂ ୪୫୪୨ ଜଣ ପୁରୁଷ ଭୋଟର ନିଜ ଭୋଟ ଦେଇଥିବା ନିର୍ବାଚନ ଅଧିକାରୀ ସିନ୍ଧୁ ସୁତା ପାତ୍ର ପ୍ରକାଶ କରିଛନ୍ତି । ୧୪ ଗୋଟି ବୁଥ ଥିବାବେଳେ ୱାର୍ଡ ନଂ ୨ ଗୋଲାପୀ ବୁଥ ଓ ଅନ୍ୟ ବୁଥ ଆଦର୍ଶ ବୁଥରେ ନାମିତ କରିଥିଲେ । ବିଭିନ୍ନ ବୁଥରେ ସ୍କାଉଟ ଗାଇଡ଼ ଛାତ୍ର ମାନେ ବୃଦ୍ଧବୃଦ୍ଧା ଓ ବିକଳାଙ୍ଗ ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବଡ଼ଅମଡ଼ା ଗ୍ରାମରେ ଖ୍ରୀଷ୍ଟିଆନ ସମାଜ ବୈଠକ

Sunil Chandra Nayak

ମହିମା ଗାଦିରେ ନବାର୍ନ ଖାଇ ନୂଆଖାଇ ପାଳନ କଲେ ସାଧୁ ସନ୍ଥ

Sunil Chandra Nayak

ବେକରେ ରଶି ଦେଇ ଯୁବକର ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!