ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁଡୁ ଖୁଡି ଖେଳ ଉପରେ ପୋଲିସ ର ଚଢାଉ ୩ ଗିରଫ୍

ଚନ୍ଦାହାଣ୍ଡି ୧୬/୧୦(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଫଟକି ଗ୍ରାମ ଠାରେ ବେଆଇନ ଭାବରେ ଖୁଡୁ ଖୁଡି ଖେଳ ଚାଲୁ ଥିବା ବେଳେ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ କୌଣଷି ସୂତ୍ର ରୁ ଖବର ପାଇ ତାଙ୍କ ନିର୍ଦେଶ କ୍ରମେ ଏସ୍ ଆଇ ସମୀର କୁମାର ପ୍ରଧାନ ସଦଳ ବଳେ ଖୁଡୁ ଖୁଡି ଖେଳ ଉପରେ ଚଢାଉ କରି ଫଟକି ଗ୍ରାମ ର ଦୈତାରି ଜଗତ (୪୭), ରାଜୁ ଜଗତ(୨୫) ଏବଂ ହରଲାଳ ସାଗର (୪୫) ନାମକ ୩ ଜଣ ଜୁଆଡି କୁ ଗିରଫ୍ କରି ସେମାନଙ୍କୁ ଚନ୍ଦାହାଣ୍ଡି ଥାନା କୁ ଆଣିବା ସହ ସେମାନଙ୍କ ଠାରୁ ଖୁଡୁ ଖୁଡି ଗୋଟି, ପଟି , ଏବଂ ଏକ ବାଉଁଶ ଟୋକେଇ ଜବତ କରି ଥିବା ଥାନା ଅଧିକାରୀ ଉମେଶ କୁମାର ନାୟକ ପ୍ରକାଶ କରିଛନ୍ତି । ଚନ୍ଦାହାଣ୍ଡି କେସ ନଂ ୧୧୧୦/୨୨ ନୁସାରେ ଏକ ଜୁଆଡି ମାମଲା ରୁଜ୍ଜୁ କରି ସମସ୍ତ ଗିରଫ୍ ଜୁଆଡି କୁ ଥାନା ରେ ନୋଟିସ ଦେଇ ଛାଡି ଥିବା ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି । କିଛି ଦିନ ହେବ ଚନ୍ଦାହାଣ୍ଡି ଅଂଚଳରେ ସପ୍ତାହକ ହାଟ ଜାନି ଯାତ୍ରା , ନାଟକ ମାନଙ୍କ ରେ ବେଧଢକ ଭାବରେ ଖୁଡୁ ଖୁଡି ଚାଲୁ ଥିବା ବେଲେ ପୋଲିସ ରେଡ୍ କରି ସେମାନଙ୍କୁ ଗିରଫ୍ କରୁଛି ଏହା ଏକ ଜାମିନ ଯୁକ୍ତ କେସ ହୋଇ ଥିବା ସହ ସମ୍ପୁକ୍ତ ଖୁଡୁ ଖୁଡିଆ ମାନେ ଚନ୍ଦାହାଣ୍ଡି ବ୍ଲକ ର ଶାସକ ଦଳ ର କର୍ମୀ ମାନେ ହୋଇ ଥିବା ରୁ ସେମାନଙ୍କୁ ବଡବଡିଆ ଙ୍କ ଚାପ ରେ କୋର୍ଟ ଚାଳାଣ ନକରି ନୋଟିସ ଦେଇ ଛାଡୁ ଥିବା ଫଳ ରେ ଏହି ଖୁଡୁ ଖୁଡି ର ମାଷ୍ଟର ମାଇଣ୍ଡ ମାନେ ପୁନର୍ବାର ଖୁଡୁ ଖୁଡି ଖେଳ କରାଇ ଏଠାରେ ବିଶ୍ରୁଙ୍ଖଲା ଶ୍ରୁଷ୍ଟି କରୁଥିବାରୁ ସାଧାରଣ ରେ ତିବ୍ର ଅସନ୍ତୋଷ୍ଟ ପ୍ରକାଶ ପାଇବା ସହ ଜିଲ୍ଲା ଆରଖି ଅଧିକ୍ଷକ ଏକ ସ୍ୱତନ୍ତ୍ର ଦ୍ରୁଷ୍ଟି ଦେଇ ଚନ୍ଦାହାଣ୍ଡି ଅଂଚଲ ରେ ବେଆଇନ୍ ଖୁଡୁ ଖୁଡି ଖେଲ ବନ୍ଦ କରିବା କୁ ପଦକ୍ଷେପ ନେବା ପାଇଁ ଦାବୀ କରା ଯାଇଛି । ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ର ବରିଷ୍ଠ ଆଇନଜିବୀ ସରୋଜ କୁମାର ଅଗସ୍ତୀ ଙ୍କୁ ପଚାରିବା ରୁ ଏହା ଏକ ଜାମିନ ଯୁକ୍ତ କେସ ହୋଇ ଥିବା ରୁ ପୋଲିସ ଚାହିଁଲେ ଗିରଫ୍ ଜୁଆଡି ମାନଙ୍କୁ କୋର୍ଟ ଚାଳାଣ କରି ପାରିବ କିମ୍ବା ନୋଟିସ ଦେଇ ଛାଡି ପାରିବ ବୋଲି କହିଛନ୍ତି। ପୋଲିସ ଗିରଫ୍ ଜୁଆଡି ମାନଙ୍କୁ କୌଣଷି ଚାପ ରେ ପଡି କୋର୍ଟ ଚାଳାଣ ନ କରି ନୋଟିସ ଦେଇ ଛାଡିବା କୁ ବାଧ୍ୟ ହୋଉ ଥାଇ ପାରେ ବୋଲି ଆଇନଜିବୀ ସରୋଜ କୁମାର ଅଗସ୍ତୀ ମତବ୍ୟକ୍ତ କରିଛନ୍ତି । ଏ ଦିଗରେ ଜିଲ୍ଲା ଆରଖି ଅଧିକ୍ଷକ ଏକ ସ୍ୱତନ୍ତ୍ର ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ଅଂଚଳବାସୀ ଦାବୀ କରିଛନ୍ତି । ପ୍ରକାଶ ଯେ ଶନିବାର ରାତ୍ରିରେ ଫୁଣ୍ଡେଲପଡା ଗ୍ରାମରେ ତିରନ୍ ସାହୁ ଓ ତାଙ୍କ ଟିମ୍ ଖୁଡ଼ଖୁଡି ଖେଳାଉଥିବା ପୋଲିସ ଖବର ପାଇଥିଲେ ମଧ୍ୟ କାହା ଚାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲାନାହିଁ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଲାଞ୍ଜିଗଡ଼ରେ ବିଜେଡି ସ୍ଥିତି ଟଳମଳ ,ବିଜେଡି ଗଡ଼ରେ ଧସେଇ ପଶୁଛି କଂଗ୍ରେସ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ଠାରେ ଜେଏମ୍ ଏଫ୍ ସି କୋର୍ଟର ଉଦଘାଟନ

Sunil Chandra Nayak

କାଙ୍କେରି ବୋଡ଼ର୍ର କଲେଜ ଠାରେ ମହିଳା ଆତ୍ମସୁରକ୍ଷା ତାଳିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!