ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟପୁର ପଞ୍ଚାୟତରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

ମୟୂରଭଞ୍ଜ -୧୬/୧୦/୨୨(ମସିହା) ଅକ୍ଟୋବର ୨ ରୁ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ଲୋକଙ୍କ ସହ ସଂପର୍କ,ସେବା,ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ବିଜେଡ଼ିର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କର୍ମି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।୨୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ତୁଙ୍ଗ ଯୁବ ନେତା ରାମଚନ୍ଦ୍ର ମୁର୍ମୁଙ୍କ ନେତୃତ୍ୱରେ ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସୁମି ବ୍ଳକର ଜୟପୁର ପଞ୍ଚାୟତର ଜୟପୁର ଗ୍ରାମରେ ବିଶାଳ ପଦଯାତ୍ରା ଓ ଲୋକ ସଂପର୍କ ଯାତ୍ରା ରବିବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ସେକ ମୁତୁଲ ଅଲ୍ଲୀ ହୁସେନ,ବ୍ଳକ ମହିଳା ସଭାନେତ୍ରୀ ସୁଲୋଚନା ମୁର୍ମୁ, ଯୁବ ସଭାପତି ଚିକୁ ସାହୁ, ପ୍ରକାଶ ବେହେରା, ,ବିଜୁ ଯୁବ ଜନତା ନେତା ବିବେକାନନ୍ଦ ଦଳାଇ,ସେକ ଆରିଫ, ପୂର୍ବତନ ସମିତି ସଭ୍ୟ ବିଜୟ ନାଏକ,ରଜତ ଗିରି,,ନାରୀ ନେତ୍ରୀ ସୁକୁମତି ଟୁଡୁ, ଲକ୍ଷ୍ମୀଧର ନାଏକଙ୍କ ସମେତ ଶହ ଶହ ମିଶନ ଶକ୍ତି ସଦସ୍ୟା ବୃନ୍ଦ, ବହୁ ଦଳୀୟ କର୍ମି ଯୁବ,ଛାତ୍ର,ମହିଳା, କୃଷକ,ଖଟିଖିଆ ପ୍ରମୁଖ ସାମିଲ ହୋଇ ପଦଯାତ୍ରା ,ସେବା ଯାତ୍ରା,ସଚେତନତା ଯାତ୍ରାକୁ ସଫଳ କରାଇଥିଲେ । ବରିଷ୍ଠ ବିଜେଡି ନେତା ଶ୍ରୀ ରାମଚନ୍ଦ୍ର ମୁର୍ମୁ ଦଳୀୟ କର୍ମୀଙ୍କୁ ନବୀନ ସରକାରଙ୍କ ସମସ୍ତ ଯୋଜନା ସମ୍ବନ୍ଧରେ ସୂଚନା ଦେବା ସହ ଦଳକୁ ତୃଣମୂଳ ସ୍ତରରେ ଅଧିକ ସଂଗଠନ କରିବାକୁ ପରାମର୍ଶ ଦେଇଥିଲେ । ପଦଯାତ୍ରାରେ ଦଳୀୟ କର୍ମିବୃନ୍ଦଙ୍କ ବିଜେଡି ଲଙ୍ଗ ଲିଭ୍,ନବୀନ ପଟ୍ଟନାୟକ ଜିନ୍ଦାବାଦ ,ଶଙ୍ଖ ଚିହ୍ନ ଜିନ୍ଦାବାଦ, ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା ହାଟ ପଡିଆ । ରାସ୍ତା ବାମ ଡାହାଣ ପାଖରେ ଥିବା ଘରକୁ ଘର ବୁଲି ଲୋକଙ୍କ ହାଲଚାଲ ସମସ୍ୟା ବୁଝୁଥିଲେ । ତାହା ସହିତ ନବିନ ସରକାରଙ୍କ ସମସ୍ତ ଯୋଜନା ଏନ୍ତୁଡିଶାଳରୁ ମଶାଣି ପର୍ଯ୍ୟନ୍ତ ସମସ୍ତ ଯୋଜନାକୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ରାମଚନ୍ଦ୍ର ମୁର୍ମୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

   ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ ଜଳ ଶକ୍ତି କେନ୍ଦ୍ର ଉଦଘାଟିତ

Sunil Chandra Nayak

କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ 

masiha

ଜଣା ଅଜଣା….

Leave a Comment

error: Content is protected !!