ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୁତାର ଙ୍କ କବିତା – ପ୍ରୀତି ର ବସନ୍ତ

ପ୍ରୀତିର ବସନ୍ତ

   ବେଣୁଧର ସୂତାର

ପ୍ରେମ ପ୍ରଣୟର ଋତୁ ଏ ବସନ୍ତ

ନିଖିଳ ପ୍ରାଣର ଆଶା

ପ୍ରୀତି ପାରିଜାତ ପ୍ରଣୟ କୁଞ୍ଜରେ

ସ୍ବପ୍ନିଳ ଆଖିର ନିଶା

ବୟସ ତନୁର ତୃଷା

ପ୍ରଜାପତି ମନ ନୟନେ ସପନ

ପ୍ରୀତିର ନୂତନ ଭାଷା ।।

 

ଫୁଲରେ ଫୁଲରେ ଫଗୁଣ ଆସଇ

ପୁଲକିତ ଧରାପୁରେ

ରସାଳ ଗହଳେ ମୂର୍ଚ୍ଛନା ତୋଳେ

କୋକିଳ ପଞ୍ଚମ ସୁରେ

ଫଗୁଣର ଫଗୁ ଝରେ

ଝରା ବଉଳର ମହକ ସମ୍ଭାର

ମନ ଆନମନା କରେ ।।

 

ନବ ପଲ୍ଲବର ଦ୍ୟୁତି ମନୋହର

ନୈସର୍ଗୀକ ଉପହାର

ଫଗୁଣ ଫୁଲର ମହକ ମାଧୁରୀ

ରୂପ ରୋଷଣି ର ଝର

ଭାବମୟ ପ୍ରୀତିଡୋର

ଚାରୁ ଚଇତିର ଚୋରା ମଳୟରେ

ବହେ ପ୍ରୀତିଫଲ୍ଗୁ ଧାର ।।

 

କୃଷ୍ଣଚୂଡା ହସ ରୁଚିର ପଳାଶ 

ଚନ୍ଦ୍ରମଲ୍ଲୀ ଚନ୍ଦ୍ରହାସ

ବିବିଧ କୁସୁମ ରୂପ ଅନୁପମ

ଉପମା ଲଳିତ ଲାସ୍ୟ

ମହକିତ ସୁଧାରସେ

ରୂପ ତରଙ୍ଗରେ ସୁଧାମଧୁ ଝରେ

ଚୋରା ଚଇତାଳି ହସେ ।।

 

ତନୁରେ ତନୁରେ ତୃଷ୍ଣା ଭରିଦିଏ

ସପନ ଫୁଲର ବାସ

ପ୍ରକୃତି ଅଙ୍ଗନେ ଜାଗିଉଠେ ମନେ

ପ୍ରେମମୟ ଅଭିଳାଷ

ତୃଷିତ ତନୁର ଶୋଷ

ପ୍ରୀତିରେ ଭରିଛି ଅମିୟ ପରଶ

ଏ ଧରାରେ ମଧୁମାସ ।।

 

ଜୋଛନାପଖଳା ବିଭାବରୀ ଅଙ୍ଗେ

ମାୟାର ମଦିରା ସିଞ୍ଚି

ଫୁଲ ସବାରୀରେ ଆସିଛି ବସନ୍ତ

ସ୍ବପ୍ନର ବଳୟ ରଚି

ପ୍ରୀତିର ବସନ୍ତ ଛୁଆଁ

ରସାମୃତେ ଭରି ପ୍ରକୃତି ସୁଷମା

ରାସ ରଚେ ନୂଆ ନୂଆ ।।

କେଶଦୁରାପାଳ କେନ୍ଦୁଝର

 

Related posts

ଆଜି ମହାପ୍ରଭୁଙ୍କର ବନକଲଗି ନୀତି, ଶ୍ରୀମନ୍ଦିରରେ ୫ଘଣ୍ଟା ବନ୍ଦ୍ ରହିବ ସାଧାରଣ ଦର୍ଶନ

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା – ଠିକ୍ ତୁମ ପରି ତାର ମୁହଁ

Sunil Chandra Nayak

ରାଇରଙ୍ଗପୁରରେ ବନବାସୀ ବୈଦ୍ୟ ସମ୍ମିଳନୀ ଆନୁକୁଲ୍ୟରେ ଧନ୍ବନ୍ତରୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!