ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ଶିକ୍ଷା ବିଭାଗରେ ନୂତନ ବିଇଓ ଙ୍କ ଯୋଗଦାନ

କୋକସରା,୨୦/୦୭-(  ମ ନି ସ ) ବୁଧବାର କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ରେ ନୂତନ ବିଇଓ ଭାବେ ନେପାଳ ଚନ୍ଦ୍ର ବାଗ ଯୋଗଦେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନୂତନ ବିଇଓଙ୍କୁ କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ହରିପୁର ରୋଡ଼ କଟକ ର କର୍ମକର୍ତ୍ତା ମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେଇଛନ୍ତି। ବିଇଓ ଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ କୋକସରା ନୋଡାଲ ସି ଆର ସି ସି ବୈକୁଣ୍ଠ ଜାଳ ଙ୍କ ପରିଚାଳନା ରେ ଶିକ୍ଷକ ସଂଘ ର ସଭାପତି ଭୁରିଶ୍ରବା ଜାଳ, ଉପ ସଭାପତି ବିର କିଶୋର ନାଗ, ଉପ ସଭାନେତ୍ରୀ କୌଶଲ୍ୟା ନାଏକ, ସମ୍ପାଦକ ସୁବାଷ ଚନ୍ଦ୍ର ବାଗ, ଜିଲ୍ଲା ଶିକ୍ଷକ ସଂଘ ର ଯୁଗ୍ମ ସମ୍ପାଦକ ଲିଙ୍ଗରାଜ ନାଏକ, ବ୍ଲକ ଯୁଗ୍ମ ସମ୍ପାଦକ ଦୁଲ୍ଲଭ ଚନ୍ଦ୍ର ପୁଝାରି, ଜନ୍ମେଜୟ ପ୍ରଧାନୀ, ମଦନଲାଲ ନାଏକ, କୋଷାଧ୍ୟକ୍ଷ ଦିଲିପ ସାହୁ, ଅଜିତ ସାହୁ, ବିଆରସିସି ତୋଫାନ ମାଝୀ, ଏବିଇଓ ସୁଶିଳା ଜୋଦାର, ସେକ୍ସନ ଅଧିକାରୀ ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ନୂତନ ବିଇଓ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧିତ କରିବା ସହ ବ୍ଲକ ଶିକ୍ଷା ବିଭାଗ ରେ ରହିଥିବା ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

Related posts

ତେରେସିଂହା ଗ୍ରା.ପ ସରପଞ୍ଚରେ ପ୍ରମୋଦ ସୁନା ବିଜୟୀ

Sunil Chandra Nayak

କଳାହାଣ୍ଡି ଶିକ୍ଷାଜୋନ ଶିକ୍ଷକ ପୁରସ୍କାର ପାଇଲେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା 

Sunil Chandra Nayak

ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ରବିବାର ଦିନ୧୨ଟା ପରେ ରୋଗୀ ସେବା ବନ୍ଦ

Sunil Chandra Nayak

Leave a Comment

error: Content is protected !!