ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଆଦିବାସୀ ଭବନ,ଇଚିଣ୍ଡା ପରିସରରେ ହୋଭାଷା ଲିପି ସ୍ରଷ୍ଟା ଗୁରୁ ଲାକୋ ବଦରାଙ୍କ ୧୦୩ ତମ ଜୟନ୍ତୀ ପାଳିତ 

 ମୟୂରଭଞ୍ଜ ୧୯/୦୯/୨୨(ମସିହା) ଆଦିବାସୀ ହୋ ଭାଷା-ଓରାଙ୍ଗ ଚିତି ଲିପି ଉଦଭାବକ ଓତ-ଗୁରୁ ଡାକ୍ତର ଲାକୋ ବଦରା ଙ୍କର 103-ତମ ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ରାଇରଙ୍ଗପୁର ଆଦିବାସୀ-ଭବନ, ଈଚିଣ୍ଡା ଗ୍ରାମରେ ବାମନଘାଟୀ ସାନ୍ଥାଳ ଓ କୋଲ୍ହ ସମ୍ଫ୍ରଦାୟ ଓ୍ବେଲଫେୟର ଟ୍ରଷ୍ଟ ତରଫରୁ ପାଳିତ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ହୋଭାଷାକୁ ଅଣଦେଖା କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋ-ଭାଷାକୁ ସମ୍ବିଧାନିକ ସ୍ବୀକୃତି ଦେଇ ଅଷ୍ଟମ ଅନୁସୁଚୀରେ ଶାମିଲ କରିବା ପାଇଁ ଦାବି ଜଣାଇଥିଲେ ।। ଏହି ଅବସରରେ ଟ୍ରଷ୍ଟର ସଭାପତି ଶ୍ରୀ ପ୍ରହ୍ଲାଦ ପୂର୍ତି ପୁର୍ବତନ ବିଧାୟକ ଓ ସମ୍ଫାଦକ ଶ୍ରୀ ଅନିଲ କୁମାର ବିରୁଆ ଉପାଦେଷ୍ଠା ଶ୍ରୀ ମୋଚିରାମ ମାଝୀ ଓ ଶ୍ରୀ ବାରିୟାଳ ମାଝୀ ଶ୍ରୀ କୋଷାଧ୍ୟକ୍ଷ ଶ୍ରୀ ବସେନ ମୁର୍ମୁ ଶ୍ରୀ ଟିକୁନ ଜେରାଇ ଆଇନଜୀବୀ, ଶ୍ରୀ ଲମ୍ବୋଦର,ଶ୍ରୀ ବାନରା ଶ୍ରୀ ସରଦାର ବରଦାଶ, ଶ୍ରୀ ସୋମରା ପୂର୍ତି ଓ ଶ୍ରୀ ମେଘନାଦ ହେମ୍ବରମ ସମ୍ବାଦିକ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ଆମ୍ବ ଗଛରୁ ନାବାଳକ ଖସିପଡି ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ମାତ୍ରାଧିକ ଔଷଧ ସେବନ କରି ଯୁବକ ଗୁରୁତର

Sunil Chandra Nayak

ନିଳମାଧବ ଆଦିବାସୀ ଶବର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!