Uncategorizedମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ by Sunil Chandra NayakJuly 21, 20220206 Share0 ଜଣାଣ ମାନଗୋବିନ୍ଦ ସ୍ବାଇଁ ପ୍ରଭୁ ପାଦ ତଳେ ଶରଣ ପଶୁଛି ଦୋଷାଦୋଷ କର କ୍ଷମା ବାଳୁତ କାଳରୁ କିଦୋଷ କରିଛି କ୍ଷମା କର ହେମଣିମା। ତୁମେ ତ ଈଶ୍ୱର କ୍ଷମାର ସାଗର କା ପାଶେ ନେବି ଶରଣ ତୁମ ହାତ ଧରି ହୋଇ ଯିବା ପାରି ଭରସା ଦିଅ ପ୍ରମାଣ। ଏତିକି ମିନତୀ ରଖୁଛି ଭକତି ଯାହା ଇଛା ମୋ ଭାଗ୍ୟର ନିଜ ଦୋଷ ବଳ ଭୋଗିବାକୁ ହବ ସାହାଯ୍ୟ କର ଈଶ୍ୱର। ସମସ୍ତ ଗଢିଛ ଧରଣୀ ତୁମରି ଶାନ୍ତି ଦିଅ ଜୀବ ସ୍ଥଳେ ଚାହିଁଛି ମୁଖକୁ ଦୁଃଖ ନେବ ବୋଲି ବସିଛି ପାଦର ତଳେ। ଦେଖି ଦେଲେ ମୁଖ ଚାଲିଯିବଦୂଃଖ ହସି କହ ପଦ କଥା ଏ ବିଶ୍ୱ ସଂସାରୁ କଷ୍ଟ ଦୂର କର ସମାଜରୁ ଯାଉ ବ୍ୟଥା। ଗୋଜାବନ୍ଧ ମହାକାଳପଡ଼ା କେନ୍ଦ୍ରାପଡ଼ା