ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ ସାମ୍ବାଦିକ ଭବନ ଠାରେ କନ୍ଧମାଳ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ପ୍ରତିଷ୍ଠା ଦିବସ ପାଳନ

କନ୍ଧମାଳ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ସଭାପତି ଡଃ ଅରୁପ ଜେନା ଙ୍କର ସଭାପତିତ୍ୱ ରେ ତା ୨୮/୧୦/୨୦୨୨ ରିଖ ସନ୍ଧ୍ୟା ୬ ଘଣ୍ଟା ବେଳେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ କନ୍ଧମାଳ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା। ଏହି ପ୍ରତିଷ୍ଠା ଦିବସ ର ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପୂର୍ବତନ ସମାଜ ଖବର କାଗଜର ପ୍ରତିନିଧି ଶ୍ରୀ ମହାଦେବ ସାହୁ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ନାଥ ମିଶ୍ର , ମୁଖ୍ୟ ବକ୍ତା ଭାବେ ଫିରିଙ୍ଗିଆ କଲେଜ ର ଅଧ୍ୟାପକ ଶ୍ରୀ ସୁଜିତ କୁମାର ପଣ୍ଡା ଯୋଗଦେଇ ସାମ୍ବାଦିକତାର ମହତ୍ୱ ଉପରେ ସାମ୍ବାଦିକ ମାନଙ୍କ ର ଦାୟୁତ ବିଷୟରେ ବକ୍ତବ୍ୟ ରଖିଥିଲେ । ବହୁ ବରିଷ୍ଠ ଓ ସଚେତନ ନାଗରିକ ଶ୍ରୀ ବିଷ୍ଣୁ ମିଶ୍ର ,ନବିନ କିଶୋର ପଣ୍ଡା ,ବ୍ରଜ ପଟ୍ଟନାୟକ ,ବିଜୟ ମହାନ୍ତି , ସଂଘ ଉପ ସଭାପତି ସୁନିଲ ପଟ୍ଟନାୟକ ,ସାମ୍ବାଦିକ ସନ୍ତୋଷ, ଦିଗାଲ ,ଆଇନଜୀବି ବିଜୟ ମହାନ୍ତି, ରାଜୁ ପାଢୀ , ପ୍ରମୂଖ ନିଜନିଜର ବ୍ୟକ୍ତବ୍ୟ ରଖିଥିଲେ ।ପେଶାଦାର ସାମ୍ବାଦିକ ସଂଘ ର ସମ୍ଫାଦକ ଅଶୋକ ପରିଡା ସଭା କୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ନାରାୟଣ ସାହୁ ।ପ୍ରଶାନ୍ତ କୁମାର ବେହେରା , ଜୟସେନ ପରିଡା , ବରିଷ୍ଠ ନାଗରିକ ପିତାମ୍ବର ମିଶ୍ର , ନବକିଶୋର ରଥ ,,ଜାକିର ଖାନା ,ଏବଂ ବହୁବରିଷ୍ଠ ନାଗରିକ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ ।। ସାମ୍ବାଦିକ ସଂଘ ର ସମ୍ଫାଦକ ଶ୍ରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା କାଶତଣ୍ଡୀ ଫୁଲ ହସୁଛି 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଓଃ କି ଭକ୍ତି !!

Sunil Chandra Nayak

ୱେବ ପୋର୍ଟାଲ କୁ ନକଲି ଆଖ୍ୟା ବିରୁଦ୍ଧରେ ପ୍ରତିବାଦ ସଭା 

Sunil Chandra Nayak

Leave a Comment

error: Content is protected !!