ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

  ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଲକ୍ଷ୍ମୀ ମାଣବସା ଘରେ ହୁଏ ଓଷା
        ପବିତ୍ର ମୋ ଘର ଦ୍ବାର
ଘୋଟିଚିତା ଲେଖି ଗୋମୟ ପାଣିରେ
     ଖଟୁଲି ଉଭା ଠାକୁର।
ଧୂପ ଦୀପ ଦେଇ ଲକ୍ଷ୍ମୀ ପୂଜା ବିଧି
       ପାଠ କରୁ ଲକ୍ଷ୍ମୀ ବାଣୀ
ଶୁଣିଲେ ସନ୍ତୋଷ ଘରକୁ ସାହସ
      ଲକ୍ଷ୍ମୀ ମୋ ଠାକୁର ରାଣୀ।
ଲକ୍ଷ୍ମୀ ଥିଲେ ଘରେ ହସଖୁସି ମଜା
      ଘର ଆମର ମନ୍ଦିର
ଖୁସି ଲାଗିଥାଏ ସଦା ସରବତା
       ଭାବ ପ୍ରେମ ନିରନ୍ତର।
ଶସ୍ୟ ଉତ୍ପାଦନ ଖମାର ପୂରଣ
       ଘରେ ଖୁସିରେ ଲହରୀ
ଆନନ୍ଦ ଲାଗୁଛି ଶାନ୍ତି ବି ଲାଗୁଛି
     ଲକ୍ଷ୍ମୀ ପ୍ରତିମା ମୋର ଶ୍ରୀ।
ଲକ୍ଷ୍ମୀ ଥିଲେ ଘରେ ଅଭାବ ଯେ ନାହିଁ
     ହସଖେଳ ପୁରି ଉଠେ
ଲକ୍ଷ୍ମୀ କୁ ମୋ ଭକ୍ତି ଲକ୍ଷ୍ମୀ ଦିଏ ଧନ
     ଅଭାବ ମୋର ନଉଠେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ସିନ୍ଦୁରା

Sunil Chandra Nayak

ରାଜପୁର ଅମୃତ ଧାରା ଅଚଳ, ମିଳୁନି ପିଇବା ପାଣି

Sunil Chandra Nayak

ପୂର୍ତ୍ତ ବିଭାଗ ର ନିଷ୍କ୍ରିୟତା , ବାରମ୍ବାର ଘଟୁଛି ଦୁର୍ଘଟଣା , ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

Leave a Comment

error: Content is protected !!