ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ପକ୍ଷରୁ କୋମନ ଥାନା ଘେରାଉ 

ଭାରତୀୟ ଜନତା ପାର୍ଟି ନୂଆପଡା ଜିଲ୍ଲା କୋମନା ବ୍ଲକ ର ତିନିଟି ମଣ୍ଡଳ ସୁନାଦେଇ,ପାତାଳେଶ୍ୱର ଓ ବଂଜାରୀ ମଣ୍ଡଳ ର ମିଳିତ ଆନୁକୂଲ୍ୟରେ ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ କୋମନା ପୋଲିସର ନିଷ୍କ୍ରିୟତା ଓ ଅବହେଳା ବିରୁଦ୍ଧରେ ଥାନା ସମ୍ମୁଖରେ ଶହ ଶହ ବିଜେପିର କର୍ମକର୍ତ୍ତା,ନେତୃମଣ୍ଡଳୀ ଓ ମହିଳା ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଗତ ୧୪ ସେପ୍ଟେମ୍ବର ରାତିରେ ଠୁଟିବର ଗାଁ ର ଜଣେ ପେଷାଦାର ଅପରାଧୀ ଓ ଅସାମାଜିକ ଦୁର୍ବୃତ୍ତ ନିଳାମ୍ବର ସୁନା ତାଙ୍କ ଗାଁ ର ଶରତ ସାହୁଙ୍କ ଘରକୁ ଯାଇ ଦଶ ହଜାର ଟଙ୍କା ବଟି ମାଗିଥିଲା ସାହୁ ମୁଁ ଗରିବ ଲୋକ କୋଉଠୁ ପାଇବି ବୋଲି କହିଲା ପରେ ଦେଶୀ ପିସ୍ତଲ ବାହାର କରି ସାହୁ ଙ୍କୁ ଗୁଳି କରି ମାରିଦେବା ପାଇଁ ଗୁଳି ଫୁଟେଇ ଥିଲା। ସାହୁ ଙ୍କୁ ବଞ୍ଚେଇବା ପାଇଁ ତାଙ୍କ ସ୍ତ୍ରୀ ସାମ୍ନା କୁ ଚାଲି ଆସିଲେ ଓ ଗୁଳି ମାଡ଼ରେ ସେଠାରେ ହିଁ ଟଳି ପଡିଲେ।ଏହି କାଣ୍ଡ ଘଟି ମାସେ ଉପରେ ହେଲା ବର୍ତ୍ତମାନ ସୁଦ୍ଧା ପୋଲିସ ର ହାତ ଖାଲି ଅଛି ଓ ଅଭିଯୁକ୍ତ ଧରା ପଡିନି।ଅଭିଯୁକ୍ତ ଜଣେ ପେଷାଦାର ଅପରାଧୀ ଓ ଅନେକ ହତ୍ୟା,ଡକାୟତି କାଣ୍ଡରେ ଲିପ୍ତ ।ଏହି ଘଟଣା ପରେ ସନ୍ଧ୍ୟା ହେଲେ ଲୋକ ଡରି ଆଉ ଘରୁ ବାହାରୁ ନାହାନ୍ତି।ମୃତକ ଙ୍କ ପରିବାର ସହିତ ଗାଁ ର ଅନ୍ୟ ଦୁଇ ତିନିଟି ପରିବାର ଉକ୍ତ ଅପରାଧୀ ର ଟାର୍ଗେଟ ଓ ଧମକ ହେତୁ ଗାଁ ଛାଡି ବାହାରେ ରହୁଛନ୍ତି।କୋମନା ରୁ ଲାଠୋର କୁ ସଂଯୋଗ କରୁଥିବା ଘାଟି ରାସ୍ତା ଉକ୍ତ ଅପରାଧୀ ର ଦୌରାତ୍ମ୍ୟ ଓ ଅସାମାଜିକ କାର୍ଯ୍ୟକଳାପ ପାଇଁ ଭୟରେ ବନ୍ଦ ହୋଇଯାଇଛି।କୋମନା ଥାନା ଅଞ୍ଚଳରେ ଆଇନ ଶୃଂଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି।ବେ ଆଇନ ମଦ କୋଠି ଜରିଆରେ ମଦର ବନ୍ୟ ଚାଲିଛି।ସଟା ଓ ଜୁଆ ରେ ଅନେକ ଗରିବ ଲୋକ ସର୍ବସ୍ୱାନ୍ତ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।ଦାଦନ ସର୍ଦ୍ଦାର ମାନଙ୍କ ଦୌରାତ୍ମ୍ୟ ରେ ଶ୍ରମିକମାନେ ଅତିଷ୍ଠ ହୋଇଗଲେଣି।ରଜନା ପଂଚାୟତ ଅଂଚଳରେ ସୋଲାର ବେଟେରୀ, ପେନେଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।ସଟା ଓ ଜୁଆ ଖେଳ ପ୍ରବଳ ମାତ୍ରା ରେ ଚାଲିଛି। ରାଷ୍ଟ୍ରୀୟ ରାଜପଥ ୩୫୩ ଓ ବିଜୁ ଏକ୍ସପ୍ରେସ ୱେ ଦୁର୍ଘଟଣା ପାଇଁ ମରଣ ଯନ୍ତା ସାଜିଛି।ଦୁର୍ଘଟଣା ଘଟେଇ ଗାଡି ମାନେ ଫେରାର ହୋଇଯାଉଛି ଅଥଚ ଧରା ପଡୁନାହିଁ।ଏମିତି ଜନ ଜୀବନ ର ସୁରକ୍ଷା ପ୍ରସଙ୍ଗ ସବୁ କୁ ନେଇ ବିଜେପି ତରଫରୁ ଧାରଣା ଓ ବିକ୍ଷୋଭ ମାଧ୍ୟମରେ ଛଅ ଦଫା ଦାବିପତ୍ର ପୋଲିସ ମହାନିର୍ଦେଶକ କଟକ ଙ୍କ ଉଦ୍ଦେଶ୍ୟରେ ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ ଙ୍କୁ ପ୍ରଦାନ କରାଯାଇଥିଲା।ଦାବିପତ୍ର ପ୍ରଦାନ ପରେ ଥାନା ରେ ଥାନାଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ ,ଏସଡିପିଓ ପଟ୍ଟନାୟକ ଙ୍କ ସହିତ ଏକ ଦଶ ଜଣ ପ୍ରତିନିଧି ମଣ୍ଡଳୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ପ୍ରାୟ ଏକ ଘଣ୍ଟା କାଳ ବିସ୍ତୃତ ଚର୍ଚ୍ଚା ଆଲୋଚନା କରିଥିଲେ।ଏସ୍ଡିପିଓ ପଟ୍ଟନାୟକ ଅପରାଧୀ ଙ୍କୁ ଶୀଘ୍ର ଗିରଫ କରାଯିବ,ମଦ, ସଟା,ଜୁଆ, କୋରେକ୍ସ ଉପରେ ନିୟନ୍ତ୍ରଣ ପାଇଁ ରଣ ନୀତି କରାଯାଉଛି,ଆପଣ ମାନଙ୍କ ସହଯୋଗ ମଧ୍ୟ ଦରକାର ବୋଲି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସୁନାଦେଇ ମଣ୍ଡଳ ସଭାପତି ଶ୍ରୀ ବିକ୍ରମ ଆଡ଼ବଙ୍ଗ,ପାତାଳେଶ୍ୱର ମଣ୍ଡଳ ସଭାପତି ଶ୍ରୀ ଚନ୍ଦନ ଠାକୁର,ଏସ ସି ମୋର୍ଚ୍ଚା ଉପସଭାପତି ଶ୍ରୀ ମନିଜର ଆର୍ଯ୍ୟ ,ସରୋଜ ମଲ୍ଲିକ,କରୁଣା ହୋତା,ଘନଶ୍ୟାମ କରୁଆ, ନିଲ ନାଗ,ଅଜୟ ସାହୁ,ପୂର୍ଣ୍ଣ ହଂସ, ପ୍ରବୀଣ ଭୋଇ,ଜୟଦେବ ହଂସ,କାର୍ତ୍ତିକ ନିଆଲ, ଜ୍ଞାନେଶ୍ୱର ଧରୁଆ, ପ୍ରମୁଖ ସାମିଲ ହୋଇଥିଲେ ଓ ବକ୍ତବ୍ୟ ରଖିବା ସହିତ ଆଲୋଚନା ରେ ଭାଗ ବେଇଥିଲେ l

 ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କିଆପଦର ଗ୍ରାମ ଠାରେ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ମାନଝରି ଠାରେ ମହାଭାରତ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ତୃପ୍ତିରାଣୀ ପାତ୍ର ଙ୍କ କବିତା ତୁମେ କଅଣ ?

Leave a Comment

error: Content is protected !!