ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ଦୁବ ଘାସ

   ଦୁବ ଘାସ

ଛାର ଏକ ଦୁବ ଘାସ ମୁଁ
ରହିଛି ତୁମ ବିଶ୍ଵାସର ଅଗଣାରେ,
ବାହାରେ ମୁଁ ଯେତିକି କଅଁଳ
ଭିତରେ ମୁଁ ସେତିକି କୋମଳ,
ନାହିଁ ଭେଦ ଭାବ ମାେ ଚିନ୍ତନେ
ନାହିଁ ଛନ୍ଦ କପଟ ମାେ ମନେ
ସ୍ଥାନ ମୋର ସଭିଙ୍କ ପାଦତଳେ..।। 
ମୋ ଆତ୍ମବିଶ୍ବାସ ହିଁ ମାେର
ଏକମାତ୍ର ଅସରନ୍ତି ପୁଞ୍ଜି 
ସେଥିପାଇଁ କେବେ ବି 
ବିଚଳିତ କରିନି ମୋତେ
ତୁମ ପ୍ରତାରଣା ଓ ଅବିଶ୍ବାସ
ତୁମ କ୍ରୋଧ ଆଉ ଛଳନାର
କେତେ ଯେ ଭୟଙ୍କର ବାତ୍ୟା ଓ ବତାସ।।
ମୁଁ ସବୁବେଳେ 
ତନୁ ମନ ହୃଦୟରେ ଅଟେ ସବୁଜ
ଖୋଜେ ନାହିଁ କେବେ ନିଜ ଖୁସି
ରହିଥାଏ ସଦା ହସ ଓ ସତେଜ
ଦେଖେ ନାହିଁ କେବେ ବି ନିଜର ଅୟସ
ଦେଇଥାଏ ମୋ ସ୍ୱଚ୍ଛ ହୃଦୟରୁ ସଭିଙ୍କୁ
ପ୍ରକୃତିର ଏକ କୋମଳ ଶେଯ ।।
କ୍ଷୁଦ୍ରତାରେ ମୋର ନାହିଁ ଅବଶୋଷ 
ବିଶାଳତା ମୋ ହୃଦୟରେ କରଇ ବାସ
ଦୁଃଖର ପାହାଡ ମୁଣ୍ଡେଇକି ବି
ସେମିତି ମୁଁ ସଦା ସର୍ବଦା ହସୁଥାଏ,
ସେଥିପାଇଁ ବୋଧେ ହୁଏ
ପୁଣ୍ୟ ବିଭୁ ପାଦପଦ୍ମେ
ଫୁଲଙ୍କ ମେଳରେ ସ୍ଥାନ ମୁଁ ପାଏ..।।

    ସସ୍ମିତେଶ ସାହୁ

        ଶଙ୍ଖଚିଲା,ଯାଜପୁର

Related posts

ଅପହରଣ କରି ଛାଡି ଦେଇଥିବା ଚାରି ବର୍ଷର ଝିଅ ଏବେ ଚର୍ଚ୍ଚାରେ

Sunil Chandra Nayak

ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ମିଛ ଗାଁରେ କରିଛି ଘର

Leave a Comment

error: Content is protected !!