ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ହୃଦୟ ରାଗ

     ହୃଦୟ ରାଗ

 

           ପ୍ରଶାନ୍ତ କୁମାର ନାଥ

ହୃଦୟର ରାଗ ସେ ସପ୍ତ ତରଙ୍ଗ
    ହୃଦୟେ ଭରେ ଆବେଗ
ନିରନ୍ତରେ ସେହି ଚାଲୁଥାଏ ପରା
     ଭୁଲେ ନାହିଁ ତା’ର ଦିଗ। 
ଶୂନ୍ୟର ପଥରେ ସାନ୍ତୋନା ପଥିକ
      ଜୀଵଙ୍କର ଦେହେ ଥାଇ
ଜୀବନ ଦୀପକୁ ଜଳାଇ ଥାଏ ସେ
     ଦିକ୍ ଦିକ୍ ସେଯେ ହୋଇ। 
କେବେ ଆଲୋକରେ କେଵେ ଅନ୍ଧାରରେ
    ହୁଏ ନାହିଁ ବାଟ ବଣା
ହୃଦୟକୁ କେହି ଦେଖି ତ ନାହାଁନ୍ତି
     ସଭିଙ୍କୁ ଅଛଇ ଜଣା। 
ରକତ ମାଉଁସେ ହୃଦୟଟି ଗଢା
     ଶିକ୍ଷାଏ ଦିଵ୍ୟ ଚେତନା
ଭଲ ଓ ଖରାପ ଜୀଵର ଦେହରେ
     ଭରଇ ମିଠା ଵାସନା। 
ପାହାଡ଼ ପରିକା ସେ ଵଜ୍ର ହୃଦୟ
     କାକଳିର କଳରଵ
ମୃଦୁ ମୁର୍ଚ୍ଛନାରେ ଶିହରଇ ପ୍ରାଣ
     ଜୀଵନ୍ତ ହୁଅଇ ଜୀବ।।

ପ୍ରଶାନ୍ତ କୁମାର ନାଥ (ଜୁଣଗଡି)

ରାଜନଗର କେନ୍ଦ୍ରାପଡ଼ା

Related posts

ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନର ଚତୁର୍ଥ ସାଧାରଣ ବୈଠକ

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା ଆସ ପ୍ରେମ ଦୀପ ଜାଳି ଦେବା

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଜନ୍ମତିଥି ରେ ସ୍ମୃତି ବାଢେ ଆଜି

Sunil Chandra Nayak

Leave a Comment

error: Content is protected !!