ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ଜହ୍ନରାତି

     ଜହ୍ନରାତି 

ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରଇ
      ପୃଥିବୀକୁ ଘୁରେ ଜହ୍ନ
ଶୁକ୍ଳ କୃଷ୍ଣ ପକ୍ଷ ଦୁଇଟି ମଧ୍ୟରୁ
         ଶୁକ୍ଳ ପକ୍ଷ କିଣେ ମନ ॥ 
ବାର ମାସେ ବାର ପୂର୍ଣ୍ଣିମା ପଡ଼ଇ
         ଗୋଲାକାର ଜହ୍ନ ଦିଶେ
ଚନ୍ଦ୍ରକଳା ହ୍ରାସ ବୃଦ୍ଧିର ଖେଳରେ
          ବୟସ ତା ସରି ଆସେ ॥
ଜହ୍ନ ରାଇଜର ଗହନ କଥାକୁ
         କେତେ ରୂପେ ଭାଷେ କିଏ
ଜହ୍ନ ପରି ହୃଦ ଶୀତଳ କରିଲେ
         ସଂସାର ସୁନ୍ଦର ହୁଏ ॥
ଶାନ୍ତ ସରଳତା କାନ୍ତ କମନୀୟ
          ତା ପରି ହେଲେ ସଭିଏଁ
ସମାଜରେ ଆଉ ଅନର୍ଥ ନ ଘଟି
          ମୈତ୍ରୀ ପ୍ରୀତି ବଣ୍ଟା ହୁଏ ॥
ଜହ୍ନରାତି ଦିଏ ଅନେକ ସପନ
          ପ୍ରେମ ବନ୍ଧନର ଗାଥା
ଜହ୍ନ ପାଇଁ କଇଁ ହସି ହସି ଫୁଟେ
          ସମ୍ପର୍କ ନିବିଡ଼ ଯଥା ॥
ନରମ ହୋଇଲେ ଚନ୍ଦ୍ରାଲୋକ ପରି
        ଜୀବନ ଶୃଙ୍ଖଳ ହୁଏ
ଜହ୍ନ ମାମୁଁ ସାଥେ ପବିତ୍ର ବନ୍ଧନେ
       ମନରେ ଶାନ୍ତି ଯୋଗାଏ ॥
ଜହ୍ନରାତି ଆଣେ କାହା ପାଇଁ ଖୁସି
          କାହା ପାଇଁ ଆଣେ ଭିତି
ଶାନ୍ତ ସ୍ଵଚ୍ଛ ମନ ସରଳ ସ୍ଵଭାବ
         ଜୀବନେ ଆଣଇ ଶାନ୍ତି ॥

ରତିନାରାୟଣ ରାଉତ 

ହରିଚନ୍ଦନପୁର , କେନ୍ଦୁଝର,ଓଡିଶା

Related posts

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବୀ

Sunil Chandra Nayak

ରୁକେୟା ଜବିନ୍ ଙ୍କ କବିତା କାହିଁକି

Sunil Chandra Nayak

ଓବିସି ଏସ୍ସି,ଏସ୍ଟି ମିଳିତ ମଞ୍ଚ ବୈଠକ

Leave a Comment

error: Content is protected !!