ଶିକ୍ଷକ
ଚନ୍ଦ୍ରକଳା
ଶିକ୍ଷା ଶବଦରୁ ଶିକ୍ଷକର ନାମ
ଶିକ୍ଷାଦାନ ଦେବା ପାଇଁ,
ଶିକ୍ଷାଦାନ ଦେଇ ମଣିଷ ଗଢ଼ଇ
ଆମ ସମାଜର ପାଇଁ ||
ସମାଜର ଶିଶୁ କୋମଳମତି ଯେ
ଶିକ୍ଷକ ଏଠାରେ ଶିଳ୍ପୀ
ଶିକ୍ଷାର୍ଥୀ ସ୍ଥପତି ଭୂମିକାରେ ରହି
ଫୁଟାଏ କଳା ଭଳି ଭଳି ||
କବି କଳାକାର ଡାକ୍ତର ଓକିଲ
ଶାସକ ମନ୍ତ୍ରୀ ସଚିବ
ବିଦ୍ୟା ମନ୍ଦିରରେ ତାଙ୍କୁ ଶିକ୍ଷାଦେଇ
ଅର୍ଜନ କରେ ଗୌରବ ||
ଶିକ୍ଷକ ସାକ୍ଷାତ ଚଳନ୍ତି ଦେବତା
ବ୍ରହ୍ମା ବିଷ୍ଣୁ ମହେଶ୍ୱର
ଅଜ୍ଞାନ ରୂପକ ଅନ୍ଧକାରକୁ ସେ
କରିଣ ଥାଆନ୍ତି ଦୂର ||
ଶିକ୍ଷକ ଅଟନ୍ତି ଜ୍ଞାନ ମନ୍ଦାକିନୀ
ପ୍ରେରଣାର ଅଟେ ଉତ୍ସ
ଆଦର୍ଶ ଚେତନେ ପବିତ୍ର ଭାବନେ
ଶିଷ୍ୟକୁ କରନ୍ତି ସ୍ୱଚ୍ଛ ||
ଆତ୍ମ ବିଶ୍ୱାସର ସିଏ ମୁଖ୍ୟ ସ୍ତମ୍ଭ
ସମାଜର ଦରପଣ
ଅକୁଣ୍ଠିତ ଚିତ୍ତେ ଜ୍ଞାନସେ ଦିଅନ୍ତି
ବଦାନ୍ୟତାର ଶ୍ରାବଣ ||
କୋରାପୁଟ