ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଶ୍ୱେତା ପାଣିଗ୍ରାହୀ ଙ୍କ କବିତା ଆସ ପଢ଼ିବା ଅ ଆ

ଆସ ପଢ଼ିବା ଅ ଆ

 

ଅ ରେ ଅମୃତ ମୋ ମାତୃଭାଷା

ଆ ରେ ବେଶୀ ଆଦର ,

ଇ ରେ ଇତର ଭାବିବନି ତା’କୁ

ସେ ଏକା ଆମ ନିଜର।

 

ଈ ରେ ଈଷତ୍ ରଙ୍ଗ ତା ଲାଗିଲେ

ଉ ରେ ହେବନି ଉଣା,

ଋ ରେ ଋଣ ତା ଅଶୁଝା ବଉଳ

ଟଙ୍କା କେ ଷୋହୋଳ ଅଣା।

 

ଏ ରେ ଏମିତି ମହତ୍ ଭାଷା ଯେ

ଜଗତ ଭିତରେ ସାର,

ଐ ରେ ଐକ୍ୟ ଅଟେ ଯା’ର ବଳ

ଅତୀତ ଗାଥା ଯା’ ସାର।

 

ଓ ରେ ଓଡ଼ିଆ ଭାଷା ମୋ ବଢିଆ

ଔ ରେ ଔଷଧ ଭଳି,

ଢୋକଟେ ପିଇଲେ ମୋ ଭାଷାକୋଷ ରୁ

ଯିବୁ କେତେ କୋଶ ଚଳି।

 

ଜଗତ ମହନ୍ତ ଆର୍ତ୍ତତ୍ରାଣ ନାଥ

ଅଟେ ସେ ଓଡ଼ିଆ ପ୍ରାଣ,

ଜଗନ୍ନାଥ ବୋଲି ନାମ ବହିଅଛି

ଜଗତ ଭିତରେ ଜାଣ।

 

ମାଆ ଠାରୁ ବଳି ଆଉ କେ ନିଜର

ମନ ତା ପାଖରେ ବଳେ,

ମାତୃଭାଷା ମାତୃଭୂମି ଠାରୁ ବଳି

ଅଛି କେ ଏ ମହୀ ତଳେ।

 

ମହାଶ୍ୱେତା ପାଣିଗ୍ରାହୀ

ସାଇ ପ୍ରିୟା ନଗର

ରାୟଗଡ଼ା

Related posts

ଘର ଭାଙ୍ଗି ଧାନ ଖାଇଲା ହାତୀ

Sunil Chandra Nayak

ମୂର୍ଚ୍ଛନା ସାହିତ୍ୟ ସଂସଦର କବିତା ପାଠୋତ୍ସବ

Sunil Chandra Nayak

କବିତା ସାହୁ ଙ୍କ କବିତା ଅଭିଶପ୍ତ ଜୀବନ 

Sunil Chandra Nayak

Leave a Comment

error: Content is protected !!