ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଜାଗରଣ

ଜାଗରଣ

ନଳିନୀ ପ୍ରଭା ମିଶ୍ର

 

ଜାଗରଣ ତୁମେ! ସୁପ୍ତ ଶିରାରେ

    ପ୍ରବାହିତ ରକ୍ତ ସ୍ରୋତ

ତୁମେ ଜାଗରଣ ବିଦ୍ରୋହ ପଥେ

  ଏକାନ୍ତ ଅମୋଘ ଅସ୍ତ୍ର।

ଜାଗରଣ ତୁମେ କଙ୍କାଳ ର କଥା

   ସମ୍ମିଳିତ ପଦ ଧ୍ବନି

ତୁମେ ଜାଗରଣ ଉତ୍ତପ୍ତ ଲାଭା

  ପ୍ରଜ୍ବଳିତ ଉଷ୍ମ ବହ୍ନି।

ଜାଗରଣ ତୁମେ ଅତୀତ ଚେତନା

   ଯୁଗ ପ୍ରବର୍ତ୍ତକ ଧାରା

ପରିବର୍ତ୍ତନ ର ଚରମ ସୀମାରେ

   ମୁକ୍ତ କର ଅନ୍ଧ କାରା।

ଜାଗରଣ ତୁମେ ବିକ୍ଷୁବଧ ମନର

   କ୍ଷୋଭର ନିଦର୍ଶନ

ତୁମେ ଜାଗରଣ ରଣ ହୁଙ୍କାର

  ବୀରତ୍ବର ଶଙ୍ଖ ସ୍ଵନ।

ଜାଗରଣ ତୁମେ ନବ ଉନ୍ମେଷ ର

  ନବୀନ ଅଭ୍ୟୁଦୟ

ତୁମେ ଜାଗରଣ ସମୟ ଫଳକେ

     ତରୁଣ ସୂର୍ଯ୍ୟୋଦୟ।

ଜାଗରଣ ତୁମେ ବୁଭୁକ୍ଷୁ ମଣିଷ

  ଶୁଷ୍କ ଜବର ଚିରି

ଜାଗ୍ରତ କର ନିଃସ୍ଵତା ର ଛବି

  ଶତ ସିଂହ ବଳ ଭରି।

ଜାଗରଣ ତୁମେ ଏକତାର ମନ୍ତ୍ର

  ଜାତି ପ୍ରେମ କର୍ଣ୍ଣ ଧାର

ଇତିହାସ ପୃଷ୍ଠା କର ବିମଣ୍ଡିତ

  ହୋଇ ଏକ ସ୍ଵର୍ଣ୍ଣାକ୍ଷର।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ସହାଭାଗୀ ବିକାଶ ଅଭିଯାନ ସଂସ୍ଥା ଦ୍ୱାରା ୨ ଦିନିଆ ପ୍ରଚାର ଶିବିର ଓ ଖାଦ୍ୟ ମେଳା

Sunil Chandra Nayak

ତାମିଲନାଡୁରେ ବିଦ୍ୟୁତ୍ ଆଘାତରେ ଦାଦନଙ୍କ ମୃତ୍ୟୁ

Sunil Chandra Nayak

ଚେମ୍ବର୍ ଅଫ କମର୍ସ ର ବାର୍ଷିକ ବୈଠକ ଓ ନୂଆ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!