ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସକାଳ ର ଜଣାଣ

ସକାଳର ଜଣାଣ

 

 ବିଜୟ କୁମାର ଜେନା

 

ମୋ ଦେହ ମନ୍ଦିରେ ବିଜେ ହୋଇଅଛ

         କଳାନିଧି କଳାଚାନ୍ଦ

ତୁମରି ଅସ୍ତିତ୍ତ ଅନୁଭବ କରି

        ପରଖୁଛି ଭଲ ମନ୍ଦ।

ତୁମ ଲାଗି ପ୍ରଭୁ ମୋ ହୃଦ ମନ୍ଦିର

         ନିତି ଲାଗୁଥାଏ ନୂଆ

ସଂସାରର ଯେତେ କଷଟି ପଥରେ

       ପାଉଥାଏ ସଦା ରାହା।

ତୁମ ସାଥେ ମୋର ଭାବ କରି କରି

          ଅଭାବ ଜାଣେନା ମୁହିଁ

ହାତ ଛାଡ଼ି ଦେଲେ ଅମା ଘୋଟିଯିବ

            କୁଳତ ପାଇବି ନାହିଁ।

ତୁମେ ମୋ ପ୍ରାଣର ସୁବାସ ଚନ୍ଦନ

          ମନ୍ଦ ମଳୟ ବାଆ

ଜୀବନରେ କିଛି ଦୁଃଖ ଜାଣି ନାହିଁ

       ତୁମେ ଏକା ମୋର ସାହା।

ତୁମରି ନାମରେ ଦୁନିଆ ଦାଣ୍ଡରେ

         ଆନନ୍ଦେ କାଟଇ ଦିନ

ସେମିତିକା ଥାଆ ହେ କଳା ବଦନ

        ମୋ ଜୀବ ପରାଣ ଧନ।

   ଅବସର ପ୍ରାପ୍ତ ପ୍ରାଧ୍ୟାପକ ,ଶାମୁକାସାହି, ରଣପୁର, ନୟାଗଡ

Related posts

ମହାବିଦ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ପରିଣତି

Sunil Chandra Nayak

ଭବାନୀପାଟଣା ଠାରେ ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!