ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ସୁଧାମୟୀ ସନ୍ଧ୍ୟା

ସୁଧାମୟୀ ସନ୍ଧ୍ୟା

           ବେଣୁଧର ସୂତାର

 

ସହକାର କୁଞ୍ଜ ମୁକୁଳ ସୌରଭ

ପଳାଶ ବନର ରୂପ ମାଧୁରୀ

ରଜନୀଗନ୍ଧାର ସ୍ବପ୍ନ ଅଭିସାରେ

ଭିଜା ଭିଜା ପ୍ରୀତି ଯାଏ ସଞ୍ଚରୀ ।।

 

ଅଳପ ବୟସୀ ରୂପସୀ ଅୟସୀ 

କୁଆଁରୀ ମନର ପ୍ରୀତି ଭାବନା

ତରୁଣୀ ସପନ ଛୁଇଁ ଯାଏ ମନ

ଶିହରି ଉଠଇ ନୀଳ ନୟନା ।।

 

ଅୟୀ ପ୍ରକୃତିର ସୁଷମା ଲହରୀ

ଝୁମି ଝୁମି ଗାଏ ତୃପ୍ତି ମଲ୍ଲାର

ପ୍ରାଚୀଭାଲେଶଶୀ ଉଠିଲେବିକଶି

ଚାରୁଚନ୍ଦ୍ର ହାସ କି ମନୋହର ।।

 

ରୂପରୋଷଣର ମୋହିନୀମାଳାରେ

ତାରକା ଦୀପାଳି ଉଠିଲେ ଜଳି

ବଧୂମଧୁମତୀ ପୂଜେ ବୃନ୍ଦାବତୀ

ବାଢ଼ି ସଞ୍ଜବତୀ ଅର୍ଘ୍ୟ ଅଞ୍ଜଳି ।।

 

ଭିଜା ଗୋଧୂଳିର ଏସନ୍ଧ୍ୟାଲଗନେ

ଭୂମିଠାରୁ ଭୂମା ଉଠଇ ହସି

ମଧୁଚନ୍ଦ୍ରିକାର ଜୋଛନା ଲହରି

ଚାରୁ ସୁଧାଧାରା ଯାଏ ବରଷି ।।

 

ଅମୃତ ଅଞ୍ଜନା ସନ୍ଧ୍ୟା ଦିଗାଙ୍ଗନା

ଏସୃଷ୍ଟି ଅଙ୍ଗନେ ପୀୟୂଷ ଢାଳି

ସ୍ବପ୍ନ ମହଲର ମାୟା ରଚେ ସତେ

ମଧୁସନ୍ଧ୍ୟାର ଏ ଚାରୁ ବର୍ଣ୍ଣାଳୀ ।।

 

ରୂପ ମହଲର କାଉଁରୀ କୁହୁକେ

ସନ୍ଧ୍ୟାରାଣୀ ଆସେ ମରତଭୂଇଁ

ଝରା ଶେଫାଳିର ଭରା ମହକରେ

ସପନ ସୁନ୍ଦରୀ ପଣତ ଛୁଇଁ ।।

 

ଧରା ବର୍ଣ୍ଣବିଭା ଅତି ମନଲୋଭା

ସୁଧାମୟୀ ସନ୍ଧ୍ୟା ମଙ୍ଗଳ ନାଦେ

ପ୍ରକୃତି ଶୋଭିତ ଭବ୍ୟାନୁଭବିତ  

ନୈସର୍ଗିକସୁଖ ଐଶ୍ବର୍ଯ୍ୟ ମୋଦେ।। 

କେଶଦୁରାପାଳ
କେନ୍ଦୁଝର

 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପଲ୍ଲୀ ସୀମନ୍ତିନି

ଭାରସାମ୍ୟ ହରାଇ ଅଟୋ ଓଲଟିଲା, ୨ ଯୁବକ ସମେତ ୩ ମହିଳା ଆହତ

Sunil Chandra Nayak

କବିତା – ସେଇ ମୋ ଜନମ ଭୂଇଁ

Sunil Chandra Nayak

Leave a Comment

error: Content is protected !!