ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଧରମ ମାସ କାର୍ତ୍ତିକ

ଧରମ ମାସ କାର୍ତ୍ତିକ

(ରାଗ – ଚୋଖି)

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଧରମ ମାସ କାର୍ତ୍ତିକ ମିଳଇ ପୁଣ୍ୟ ଅନେକ
ଏହି ମାସର ମାହାତ୍ମ୍ୟ କେ ବଖାଣିବ 
ଚତୁର୍ମାସ୍ୟା ସାରି କରି ସର୍ଵ ଦେବାଦେଵୀ ହରି
ଭକତରେ ଢ଼ାଳି ଥାଆନ୍ତି ଆପଣା ଭାବ
ନାରାୟଣ କୃପା ଢ଼ାଳନ୍ତି,
ସଦାଚାରେ କାର୍ତ୍ତିକକୁ ଯେ ପାଳିଥାନ୍ତି..(୧)
ହରେ କୃଷ୍ଣ ହରେ ରାମ ପବିତ୍ର କରଇ ଧାମ
ନାମ ସଙ୍କୀର୍ତ୍ତନ ଚାରି ଆଡ଼େ ଶୁଭଇ
ଅମୃତ ବେଳରେ ଉଠି ହୃଦୟେ ହସକୁ ମାଠି
ଘରର ଘରଣୀ ବୃନ୍ଦାବତୀ ସେବଇ
ଏକ ବେଳା ଆହାର କରି,
ହବିଷ କରନ୍ତି ଜନେ ହରଷ ଭରି..(୨)
ସାତ୍ତ୍ୱିକ କରି ଆଚାର ପୁଣି ସାତ୍ତ୍ୱିକ ବିଚାର 
ସାତ୍ତ୍ୱିକ ଆହାର ଏହି ମାସରେ କଲେ
ଶୁଦ୍ଧ ହୁଏ କାୟା ମନ ସୁନ୍ଦର ହୁଏ ଜୀଵନ
ବିଭୁଙ୍କର ଆଶୀର୍ବାଦ ହେ ମିଳିଥାଏ
ଧର୍ମ ମାସ କାର୍ତ୍ତିକ ଏହି,
ସାଧବ ପୁଅଙ୍କ ଗାଥା ଜଣାଏ ଯେହି…(୩)
କାର୍ତ୍ତିକର ସୋମବାର କୃପା ଢାଳନ୍ତି ଇଶ୍ଵର
ଗର୍ଭଣା ସଂକ୍ରାନ୍ତି ପୁଣି ଏହି ମାସରେ
ପୁଣି ହୁଏ ଦୀପାବଳୀ ପୂଜା ପାନ୍ତି ମହାକାଳୀ
ପିତୃପୁରୁଷଙ୍କୁ ଦୀପ ଦେଇ ହର୍ଷରେ 
ଫଳ ଦାନ ଶ୍ରାଦ୍ଧକୁ କରି,
ପୁଣ୍ୟ ଅର୍ଜନ କରନ୍ତି ହରଷ ଭରି..(୪)
ମହିମା ଏହି ମାସର ବଖାଣି ପାରେ କି ନର
ଗୋଟିଏ ଦିନ ପାଳିଲେ କୋଟିଏ ହୋଇ
ଚତୁର୍ବର୍ଗ ପ୍ରାପ୍ତି ହୁଏ ଯେତେ ଦିନ ଜୀବ ଥାଏ
ମଲେ ବୈକୁଣ୍ଠ ଭୁବନ ସିଏ ଗମଇ 
ଦାନ ଧର୍ମ କାର୍ଯ୍ୟ କରିଲେ,
ସଦାଚାରୀ ବିଷ୍ଣୁ କୃପା ଲଭଇ ଭଲେ..(୫)

 ଫୁଲବାଣୀ, କନ୍ଧମାଳ

Related posts

ଲଡୁଗାଁ ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

Sunil Chandra Nayak

ଚିତ୍ତରଞ୍ଜନ ହେହୁରୀ ଙ୍କ କବିତା ଜାଣିଛ ?

Sunil Chandra Nayak

କବିତା ସାହୁ  ଙ୍କ କବିତା କଳା କାହ୍ନୁ ବଇଶୀ ଧର 

Sunil Chandra Nayak

Leave a Comment

error: Content is protected !!