ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦିନୀ ରାଉତ ଙ୍କ କବିତା ଏମିତି କାହିଁକି ହେଲା

ଏମିତି କାହିଁକି ହେଲା

    ନନ୍ଦିନୀ ରାଉତ

ଶବ୍ଦ ଚାଲିଗଲା ଶବ୍ଦ ର ବାଟରେ
     ଦାରିଦ୍ର୍ୟ ର କଷାଘାତେ
ସ୍ୱର ଲୟ ତାଳ ବେସୁରା ହୋଇଲେ
     ବସିଛି ମୁଁ ଶୂନ୍ୟ ହାତେ।1।
ସମୟ ଚକଟା ଓଲଟା ଘୁରିଲା
     ନିଜର ହୋଇଲେ ପର
ଯୁଆଡ଼େ ଦେଖିଲି ଆଶ୍ରୟ ଖୋଜିଲି
     ସର୍ବେ ହେଲେ ସ୍ୱାର୍ଥପର।2।
ଯାହାକୁ ଖୋଜୁଛି ଆକୁଳ ଅନ୍ତରେ
     ଯାଉଛି ସେତ ଦୂରେଇ
ମରୁ ମରୀଚିକା ଲାଗୁଛି ଜୀବନ
     ଆଶା ଯାଏ ଦୂର ହୋଇ।3।
ଅମୃତମୟ ଏ ବିଶ୍ୱ ଲାଗୁନାହିଁ
     ଦିଶେ ହଳାହଳ ମୟ
ସ୍ବପ୍ନ ଭାଙ୍ଗି ସବୁ ଖଣ୍ଡ ଖଣ୍ଡ ହୁଏ
     ନାହିଁ ମୋର ପରିଚୟ।4।
ଚୋରାବାଲି ଖାଲି ଲୁଚି ରହିଅଛି
       ତଳକୁ ତଳକୁ ଖସେ
ଅଥଳ ସମୁଦ୍ର ଅଟେ ଏ ଦୁନିଆ
      ମୁହିଁତ ସାଗରେ ଭାସେ।5।
ବିଚିତ୍ର ଦୁନିଆ ବିଚିତ୍ର ଜୀବନ
    କାହିଁକି ଏମିତି ହୁଏ
ଆୟୁଷ ର ରେଖା ଦେଖୁ ଦେଖୁ ପୁଣି
    ଅନାୟାସେ ସରିଯାଏ।6।
ବିଶ୍ଵବକ୍ଷେ ଆଜି ନିଶ୍ଵ ମୁଁ ଅଟଇ
      ହୋଇଗଲି ଅସହାୟ
ହାତ ଧରି ମୋର ତୁମରି ନିକଟେ
     ନେଇଯାଅ ଦୟାମୟ।7।

       ବାଲିପଟ୍ଟା

Related posts

ଆରଆଇଟିରେ ବିଶ୍ବ ଏଡ୍ସ ଦିବସ ପାଳିତ

Sunil Chandra Nayak

ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

Sunil Chandra Nayak

ବିରିକୋଟ ଗ୍ରାମରେ ପବିତ୍ର ଦୀପାବଳି ପର୍ବ ଅବସରରେ ବାଲିଫୁଲ ପିନ୍ଧା ଉତ୍ସବ

Sunil Chandra Nayak

Leave a Comment

error: Content is protected !!