ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଗମ ତୁର୍କା ଗାଁକୁ ଫିଟିଲା ବିକାଶର ବାଟ

ରାସ୍ତା ପାଇଁ ଶୁଭ ଦେଲେ ନୂତନ ବ୍ଲକ ଅଧ୍ୟକ୍ଷା

ଲାଞ୍ଜିଗଡ,୨୫/୦୩-ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ସମସ୍ୟାକୁ ନେଇ ଚର୍ଚ୍ଚାରେ ଥିବା ଲାଞ୍ଜିଗଡ ବ୍ଲକ ଲାଞ୍ଜି ଗ୍ରାମ ପଞ୍ଚାୟତର ତୁର୍କା ଗାଁକୁ ଆଜି ଫିଟିଛି ବିକାଶର ବାଟ । ଆଜି ଲାଞ୍ଜିଗଡ ବ୍ଲକ ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ପରେ ଦୁର୍ଗମ ତୁର୍କା ଗାଁକୁ ରାସ୍ତା ନିର୍ମାଣ ପାଇଁ ଶୁଭ ଦିଆଯାଇଛି । ରାସ୍ତା ଖଣ୍ଡିଏ ନଥିବା ତଥା ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ମୌଳିକ ସମସ୍ୟାରୁ   ବଞ୍ଚିତ ଥିବା   ଏହି  ଗାଁ  ସଂପର୍କରେ ଚର୍ଚ୍ଚା ହେବା ପରେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବା ସହିତ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଏଥିପାଇଁ ମିଶନ ତୁର୍କା ରୂପରେଖ ପ୍ରସ୍ତୁତ ହୋଇଥିଲା । ଏଥିପାଇଁ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା, ଜିଲ୍ଲା ମଙ୍ଗଳ ବିଭାଗ, ଲାଞ୍ଜି ପଞ୍ଚାୟତ କର୍ତ୍ତୃପକ୍ଷ ସମେତ ବ୍ଲକ ପ୍ରଶାସନର ନେତୃତ୍ୱରେ ଆଜି ତୁର୍କା ଗାଁକୁ ରାସ୍ତା ନିର୍ମାଣ ପାଇଁ ଶୁଭ ଦିଆଯାଇଛି । ଏପରିକି ଲାଞ୍ଜିଗଡ ବ୍ଲକର ନୂତନ ଅଧ୍ୟକ୍ଷା କମଳା ପାତ୍ର ନିଜର ପ୍ରଥମ ଅଭିଯାନ ଭାବେ ଏହି ରାସ୍ତାର ଶୁଭ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଲାଞ୍ଜି ସରପଞ୍ଚ ଯମୁନା ମାଝୀ, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, କେକେଡିଏର କାର୍ଯ୍ୟକ୍ରମ ପରିଚାଳକ ଲମ୍ବୋଦର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଗରୁଡ, ଗୋଲକ ଭୋଇ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଲ, ଯୁବ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା, ନବୀନ ମାଝୀ, ଧନେଶ୍ୱର ପାତ୍ର, ହରିଶଙ୍କର ପାତ୍ର, କଂଗ୍ରେସ ନେତା ହରିହର କୁମାର ପ୍ରମୁଖ ଯୋଗ ଦେଇଥିଲେ । ତୁର୍କା ଗାଁକୁ ବିକାଶର ରାସ୍ତା ଫିଟିବା ପରେ ଗ୍ରାମ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଧର୍ମଗଡ ଠାରେ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ-୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନଭେମ୍ବର -2022 ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ର କାର୍ଯ୍ୟସୂଚୀ

Sunil Chandra Nayak

ଆମପାଣି ଘାଟି ରେ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା,୨ ଡ୍ରାଇଭର ସମେତ ଯାତ୍ରୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!