ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡ ଟିକ୍ରାଗୁଡା ଝାମୁ ଯାତ୍ରା – ସରପଞ୍ଚ ଚାଲିଲେ ନିଆ ରେ

କର୍ଲ।ପାଟ ମ ନି ସ -: ଥୁଆମୂଲ୍ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଗ୍ରାମ ପଞ୍ଚାୟତ କୁ ଘେରି ରହିଥିବା ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଆଦିବାସୀ ଗ୍ରାମ ବଡ ଟିକ୍ର।ଗୁଡା ଠାରେ ମା ହରଗୌରୀ ଦେବୀ ଙ୍କ ଝାମୂଯାତ୍ରା ମହା ସମାରୋହରେ ପାଳିତ ହୋଇ ଯାଇଛି। ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ଆଦିବାସୀ ମାନଙ୍କ  ଏହା ହେଉଛି ମୁଖ୍ୟ ପର୍ବ । ଏହି ପବିତ୍ର ଦିନ ରେ ମା ହରଗୌରୀ ଙ୍କୁ ମାନସିକ କଲେ ସମସ୍ତ ମନ କାମନା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଆଦିବାସୀ ମାନେ ବିଶ୍ବାସ କରନ୍ତି। ନିଆ ରେ ଚାଲି ଚାଲି ଯିବାର ଏହି ବିଶ୍ୱାସ ଓ ପରମ୍ପରା ବଡ଼ ନିଆରା । ଗଭୀର ଆବେଗ ଓ ଭକ୍ତି ପୂର୍ଣ୍ଣ ମାନସ ରେ ସ୍ଥାନୀୟ ଆଦିବାସୀ ମାନେ ଏହି ପବିତ୍ର ଝାମୂ ଯାତ୍ରା ପର୍ବ କୁ ପାଳନ କରିଥାନ୍ତି ।
ଏହି ଝାମୁ ଯାତ୍ରା ରେ ପ୍ରଥମେ ଗ୍ରାମ ର ଜାନି ରାଇ ମାଝି ଓ ମାସୁ ମାଝି ଧରଣୀ ଗୁଡ଼ି ରେ ପୂଜାର୍ଚ୍ଚନା କରିବା ପରେ ଝାମଯାତ୍ରା ଆରମ୍ଭ ହୋଇ ଥିଲା।
ବଡ ଟୀକ୍ରା ଗୁଡା ଗ୍ରାମ୍ୟ କମିଟି ପକ୍ଷରୁ ଶ୍ରୀ କୁନା ମାଝି , ସାଗୁ ମାଝି , ଲକାତ। ମାଝି, ସୁବାସ ମାଝି ଓ ଅନ୍ୟ ମାନେ ଏହି ପବିତ୍ର ଯାତ୍ରା କୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

ପ୍ରତି ବର୍ଷ ପରି, ପୂର୍ବ ରୁ ଆୟୋଜିତ ଏହି ନିଆଁ ରେ ମା ହର ଗୌରୀ ଦେବୀ ଓ ଗ୍ରାମ ର ପୁଝାରୀ ମାନେ ଝାମୁ ମାଡ଼ିବ। ସହିତ ଏହି ଗ୍ରାମ ପଞ୍ଚାୟତ ରେ ନୂତନ ଭାବେ ନିର୍ବାଚିତ ହୋଇ ଥିବା ଶ୍ରୀ ବିଶ୍ଵ ନାଥ ମାଝି ମଧ୍ୟ ନିଆଁ ରେ ଚାଲି ଚାଲି ଯିବା ଘଟଣା ପରିବେଶ କୁ ବେଶ୍ ଭକ୍ତି ବିଭୋର କରି ଦେଇ ଥିଲା ।
ସରପଞ୍ଚ ଙ୍କ ଝାମୁ ରେ ଚାଲି ଚାଲି ଯିବା ଦୃଶ୍ୟ ଉପସ୍ଥିତ ଅଧିବାସୀ ଙ୍କୁ ଅତ୍ୟନ୍ତ ଭାବ ବିହୋଲ କରି ଦେଇ ଥିଲା। ଏହି ଉତ୍ସବ କୁ ଲୋକେ ଭକ୍ତି ଓ ଆନନ୍ଦ ଉଲ୍ଲାସ ରେ ଉପଭୋଗ କରିଥିଲେ।
ସଂଧ୍ୟା ରେ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ରେକଡ୍ ଡାନ୍ସ ର ଆୟୋଜନ ହୋଇଥିଲା , ଶତାଧିକ ଅଧିବାସୀ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।ଏହି ସବୁ କାର୍ଯ୍ୟକ୍ରମ ଗୁଡିକୁ ପଞ୍ଚାୟତ ର ନବ ନିର୍ବାଚିତ ସମିତି ସଭ୍ୟ ଶ୍ରୀ ଶିବ ମାଝି ଓ ମା ହର ଗୌରୀ ଦେବୀ ମହିଳା ଦଳ ର ସଦସ୍ୟ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ । କର୍ଲ।ପାଟ ରୁ ରବି ନାରାୟଣ ସିଂ ଙ୍କ ରିପୋର୍ଟ।

Related posts

ଜ୍ୟୋସ୍ନା ରାଣୀ ଦେବୀ ଙ୍କ କବିତା ଜନମ ଭୂଇଁ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ବାଲେଶ୍ବର – ଅଂଶୁ ଘାତରେ ମୃତ୍ୟୁ ବରଣ କଲେ ଟ୍ରକ ହେଲପର

Sunil Chandra Nayak

Leave a Comment

error: Content is protected !!