ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃପ୍ତି ରାଣୀ ପାତ୍ର ଙ୍କ କବିତା – ଅସୁବିଧା

 

ଅସୁବିଧା

ତୃପ୍ତିରାଣୀ ପାତ୍ର

 

ସୁବିଧା ସୁଯୋଗ ଆସଇ ଜୀବନେ କରି ତା’ର ସମ୍ମୁଖୀନ 

ହାତଛଡ଼ା ଯଦି କରିଦିଅ ଥରେ 

ନଆସଇ କଦାଚନ ।

 

ସପନ ସମାନ ମଣିଷ ଜୀବନ 

ପାଣି ଫୋଟକାର ସମ

ହୋଇଯାଏ ସିଏ କ୍ଷଣକେ ବିଲୀନ 

ଆଖି ବୁଜେ ତେଜି ପ୍ରେମ ।

 

ଅନିତ୍ୟ ସଂସାର ଜାଲେ ଛନ୍ଦିହୋଇ

ସଂସାରକୁ ମଣି ହୀନ 

ଘନିଷ୍ଠ ସଂପର୍କ ତୁଚ୍ଛ କରିଦେଇ 

ଫେରିଯାଏ କରିକର୍ମ ।  

 

ସୁବିଧା ଅସୁବିଧା ଅଟଇ ସତ୍ୟ 

ମୁଦ୍ରା ଦୁଇ ପାର୍ଶ୍ଵ ସମ

ମନନେ ଚିନ୍ତନେ ଆସୁଥାଏ ନିତ୍ୟ 

ଭରି ଦିବ୍ୟ ଅନୁପମ ।

 

ଜୀବନ ଘାଟରେ ଅନ୍ତିମ ବେଳରେ

ଆସେ କେତେ ଅସୁବିଧା 

ହୁଏନାହିଁ କରି ଆୟତ ତାହାରେ 

ଦେଲେ ଯେତେ ପ୍ରତିବାଧା । 

 

ମାନ ଅଭିମାନ ସୁଯଶ ସୁମନ 

କୁସୁମ ସୁରଭି ତେଜି 

ଅସୁବିଧା ଯାହା କରିବା ସୁବିଧା 

ବିଭୁ ପ୍ରେମାମୃତ ଭଜି । 

ସହଦେବଖୁଣ୍ଟା ,ବାଲେଶ୍ଵର ।

Related posts

କଙ୍କଡ଼ାହାଡ଼ ଅଂଚଳରେ ମରୁଡି ସମସ୍ୟା, କେନାଲରେ ପାଣି ଆସୁନାହିଁ ଚାଷୀ ହନ୍ତ ସନ୍ତ

Sunil Chandra Nayak

ଲୋକ ନାଟକ ହିଁ ଜାତୀୟ ସଂସ୍କୃତିର ମୂଳାଧାର 

କାଉଡୋଳା ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ରେ ଚୋରି ଅଭିଯୋଗ,ଆମପାଣି ପୁଲିସ ର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!