ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା – ତଥାପି ତୁମେ ଓ ମୁଁ

ତଥାପି ତୁମେ ଓ ମୁଁ

 

ଧୀର ସ୍ଥିର ହୋଇ ଥିଲ ତୁମେ,

ଉତ୍ସହ ବଢ଼େଇ ରାସ୍ତାରେ

ଚଲିବା ଶିଖେଇଲି ମୁଁ,

ରାସ୍ତା ଚାଲିବା ର ବାଧା ବିଘ୍ନ

ସବୁ କୁ ଏଡେଇବା ସୂଚେଇଲି ମୁଁ l 

ଏମିତି ଚାଲୁ ଚାଲୁ ହେଇଗଲା

ଅଭ୍ୟାସ ରାସ୍ତା ଚାଲିବା ର ଯେ,

ନିରବୀ ଥିବା ତୁମ ମନ କୁ

ଚଳ ଚଞ୍ଚଳ କରିଲି ମୁଁ,

କଥାରେ କଥାରେ

ମସଗୁଲ ହେଲ ତୁମେ,

ଭାରି ଖୁସି ହେଉଥିଲି ମୁଁ

କିଛି କରି ପାରିଛି ମୁଁ,

କିଛି ଦିନରେ ମୋ ଠୁ

ଚାଲାକ ହେଲ ତୁମେ

ମୋତେ ଶିଖେଇବା

ଆରମ୍ଭିଲ ତୁମେ

ଭାରି ଖୁସି ହେଉଥିଲି ମୁଁ,

ଓସାର ହେଉଥିଲା ଛାତି ମୋର l 

ଏମିତି ଆସିଲା ଦିନ

ରାସ୍ତା ଚାଲୁ ଚାଲୁ

ତୁମେ ଚାଲିଲ ଆଗକୁ ଆଗକୁ

କୌତୁହଳ ଭାବିଲି ମୁଁ,

କିନ୍ତୁ

ତୁମେ ବହୁ ଆଗକୁ ଚାଲିଗଲ,

ଚାଲିଗଲ ଯେ ଆଉ

ଫେରି ଚାହିଁଲନି ଥରେ ପଛକୁ,

ମୁଁ ପଛରେ ରହି ଚାହିଁଥିଲି ତୁମକୁ,

ସେହି ଦିନଠୁ ରହିଗଲି ମୁଁ ପଛରେ

ତୁମେ ଚାଲିଗଲ ଆଗରେ,

ମନରେ ରହିଯାଇଛି ଜାଗାଟିଏ

ତଥାପି ତୁମେ ଓ ମୁଁ l

ରାଜୀବ ଲୋଚନ ପାଣିଗ୍ରାହୀ

ରଘୁନାଥ ନଗର, ଆସିକା, ଗଞ୍ଜାମ

Related posts

ଆଇନଜୀବୀ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ରଥ ଯାତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆ

Sunil Chandra Nayak

Leave a Comment

error: Content is protected !!