ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଣିକି ସହଜରେ ମିଳିବ ନାହିଁ ମୋବାଇଲ ସିମ୍ କାର୍ଡ: କେନ୍ଦ୍ର ସରକାର ଲାଗୁ କଲେ ନୂଆ ନିୟମ

ଏଣିକି ମୋବାଇଲ ଉପଭୋକ୍ତା ମାନେ ଆଉ ପୂର୍ବ ପରି ସହଜରେ ମୋବାଇଲ ସିମ୍ କାର୍ଡ କିଣି ପାରିବେ ନାହିଁ । କେନ୍ଦ୍ର ସରକାର ଏନେଇ ନୂଆ ନିୟମ ପ୍ରଚଳନ କରିଛନ୍ତି । ଏହାର ପ୍ରଭାବ କୋଟି କୋଟି ମୋବାଇଲ ଗ୍ରାହକଙ୍କ ଉପରେ ସିଧାସଳଖ ପଡ଼ିବ । ତେବେ ନୂଆ ସିମ୍ ନେବା କିଛି ଗ୍ରାହକଙ୍କ ପାଇଁ ପୂର୍ବାପେକ୍ଷ ସହଜ ହୋଇଥିବା ବେଳେ କିଛି ଗ୍ରାହକଙ୍କ ପାଇଁ ଅଧିକ ଜଟିଳ ହୋଇଯାଇଛି । ଏଣିକି ଗ୍ରାହକଙ୍କୁ ସିମ୍ କାର୍ଡ ପାଇଁ ଅନଲାଇନରେ ଆପ୍ଲାଏ କରିବାକୁ ପଡ଼ିବ ।

କେନ୍ଦ୍ର ସରକାରଙ୍କ ଟେଲକମ୍ ମନ୍ତ୍ରଣାଳୟ ନିୟମ ମୁତାବକ, ଏଣିକି ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ କମ୍ପାନୀ ସିମ୍ କାର୍ଡ ଦେବ ନାହିଁ । ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କୁ ସିମ୍ ପାଇଁ ପାଇଁ ଆଧାର ବା ଡିଜିଲକରରେ ଡକ୍ୟୁମେଣ୍ଟ ଭେରିଫାଏ କରିବାକୁ ପଡ଼ିବ । ଟେଲିକମ୍ ବିଭାଗ ପକ୍ଷରୁ ଗତ ବର୍ଷ ସେପ୍ଟେମ୍ବର ମାସ ୧୫ ତାରିଖରେ କ୍ୟାବିନେଟରେ ଏନେଇ ନିଷ୍ପତ୍ତି ହୋଇଥିଲା । ୟୁଜର୍ସ ନୂଆ ମୋବାଇଲ କନେକ୍ସନ ପାଇଁ ୟୁଆଇଡିଏଆଇର ଆଧାର ବେସଡ୍ ଇ-କେୱାଇ ସର୍ଭିସ ମାଧ୍ୟମରେ ସାର୍ଟିଫିକେସନ ପାଇଁ ୧ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ଟେଲିକମ୍ ବିଭାଗର ନୂଆ ନିୟମ ମୁତାବକ, ଯଦି କୌଣସି ଯୁବକ ମାନସିକ ରୂପେ ବିମାରଗସ୍ତ ଥିବେ, ତେବେ ତାଙ୍କୁ ସିମ୍ କାର୍ଡ ମିଳିବ ନାହିଁ । ଏପରି ଯୁବକଙ୍କୁ ସିମ୍ ବିକ୍ରି କଲେ ଟେଲିକମ୍ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରାଯିବ । ୟୁଆଇଡିଏଆଇ ବେସଡ ଭେରିଫିକେସନ ମାଧ୍ୟମରେ ଗ୍ରାହକଙ୍କୁ ନିଜ ଘରେ ସିମ୍ ମିଳିଯିବ । ଗ୍ରାହକଙ୍କୁ ମୋବାଇଲ ସଂଯୋଗ ଏକ ଆପ/ ପୋର୍ଟାଲ ବେସଡ୍ ପ୍ରୋସେସ ମାଧ୍ୟମରେ ଦିଆଯିବ । ଯାହା ମାଧ୍ୟମରେ ଗ୍ରାହକମାନେ ଘରେ ବସି ମୋବାଇଲ ସଂଯୋଗ ପାଇଁ ଆବେଦନ କରିପାରିବେ । ପୂର୍ବରୁ ମୋବାଇଲ ସଂଯୋଗ ପାଇଁ ପ୍ରିପେଡ ଠାରୁ ଆରମ୍ଭ ପୋଷ୍ଟ ପେଡ୍ କରିବା ପାଇଁ ଗ୍ରାହକଙ୍କୁ କେୱାଇସି ପ୍ରୋସେସ୍ କରିବାକୁ ପଡ଼ୁଥିଲା ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

Sunil Chandra Nayak

ମୋଟେର ବସ ଷ୍ଟାଣ୍ଡ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!