ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ବ୍ଲକ୍ ଅଧିନ ଡ୍ରାଇଭର ମହାସଂଘ ପକ୍ଷରୁ ଏଡମିନ୍ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ

ରୁପ୍ରା, (ମନିସ ) : ନର୍ଲା ବ୍ଳକ ଅଧିନ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ବ୍ଲକ୍ ଅଧିନ ୨୬ଟି ଗ୍ରାମ ପଞ୍ଚାୟତର ଗାଡ଼ିଚାଳକ ମାନଙ୍କୁ ନେଇ ରବିବାର ଦିନ ରୁପ୍ରା ସାପ୍ତାହିକ ବଜାର ପଡିଆଠାରେ ରୁପ୍ରା ପଞ୍ଚାୟତ ସଂଘର ସଭାପତି ଅନ୍ତରାମ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସମସ୍ତ ଗାଡ଼ିଚାଳକ ବିଭିନ୍ନ ନାରା ଦେଇ ଗ୍ରାମ ପରିକ୍ରମା କରି ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ସ୍ଥାନୀୟ ବଜାର ପଡିଆରେ ବୈଠକର ଆୟୋଜନ କରିଥିଲେ।ଉକ୍ତ ବୈଠକରେ ଗାଡ଼ିଚାଳକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଡ୍ରେସ୍ କୋଡ୍ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ ଓ ସମସ୍ତ ଡ୍ରାଇଭର ଗାଡି ଚଲାଇବା ସମୟରେ ଯେପରି ମଦ୍ୟପାନରୁ ଦୁରେଇ ରହିବା ସହ ସରକାରୀ ନିୟମ ଅନୁସାରେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରାଯାଇଥିଲା। ଉକ୍ତ ବୈଠକରେ ନର୍ଲା ବ୍ଲକ୍ ମହାସଂଘର ସମ୍ପାଦକ ଦାଶରଥି ସାହୁ, ରୁପ୍ରା ସଂଘର ସମ୍ପାଦକ ଅଶ୍ବନୀ ଭୋଇ, ମହାସଂଘର ଏଡମିନ୍ ମନୋଜ ଭାଇ, ବିମନ୍ତ ଭାଇ, ନବୀନ ଭାଇ, ଚୈତନ୍ୟ ଗୌଡ, ଡିଲେଶ୍ବର ଗୌଡ, ରଞ୍ଜିତ ନାଗ, ମକରନ୍ଦ ମାଝୀ, ଶୋନୁ ଗୌଡ, ଜଗମୋହନ ମାଝୀ, ଚିନ୍ତା ଗୌଡ, ଗୌରଚନ୍ଦ୍ର ଗୌଡ, ବନମାଳୀ ଧାଙ୍ଗଡାମାଝି, ଭରତ ମାଝୀ, ଉପିନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ସାହୁ, ଶଶିଦେବ ମାଝୀ, ସନ୍ତୋଷ ଯୋଷୀ ପ୍ରମୁଖଙ୍କ ସମେତ ୨୬ଟି ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ଶତାଧିକ ଗାଡ଼ିଚାଳକ ଉପସ୍ଥିତ ଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

ଗାଳ୍ପିକ:ଡମ୍ବରୁଧର ବେହେରା ଙ୍କ ମିନି ଗଳ୍ପ – ଧ୍ରୁବ ସତ୍ୟ

Sunil Chandra Nayak

ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା..

Sunil Chandra Nayak

ଜୟଶ୍ରୀ ମୁଦୁଲି (ନିଶା )ର ତୃତୀୟ ଶୁଭ ଜନ୍ମଦିନ ପାଳିତ

Sunil Chandra Nayak

Leave a Comment

error: Content is protected !!