ଜୟ ଜଗନ୍ନାଥ
ଜଣାଣ
କହିକି. ପାରିବ ପ୍ରଭୁ ତୁମେ
ଜୀବନ ରେ ଥରେ ଦେଖି ପାରିବି
ତୁମ ଘୋଷ ଯାତ୍ରା କେବେ
ଏମିତି ବନ୍ଧନେ ବାନ୍ଧି ଦେଇଅଛ
ଏତେ ପାଖରେ ଥାଇ ମୁଁ
ଯାଇପାରେନାହିଁ ଦେଖିପାରେ ନାହିଁ
କେମିତି ଦିଶୁଛ ରଥ ଉପରେ ସତେ
ଟି. ଭି. ଟିକିଏ ଦେଖି ଦେଇ
ମନକୁ ବୁଝାଇ ଦିଏ
ଯେଉଁ କର୍ମେ ମତେ କରିଛ ନିଯୁକ୍ତି
ଠିକ ଭାବେ
ତାକୁ ହିଁ ନିଭାଉ ଥାଏ
ଏହି ଆଶ୍ରିବାଦ ଦେଇ ଥାଅ ପ୍ରଭୁ
ତୁମରି ଧ୍ୟାନେ ଏ ମନ ଥାଉ
ଯେଉଁଠି ଥାଏ ତୁମ ଚକା ନୟନ
ମୋତେ ଦିଶୁଥାଉ l