ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଣ୍ଡେନ ଜୋର ସେତୁର ଦୁଇ ପାର୍ଶ୍ୱ ଫାଟ ଓ ସେତୁଠାରୁ ଫରଙ୍ଗ ରାସ୍ତା ସଙ୍କଟାପନ୍ନ

ଗୋଳାମୁଣ୍ଡା/ମସିହା/୩୧/୩/କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚହେଉଥିବା ବେଳେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରକାରେ ରାସ୍ତା ନିର୍ମାଣ ଅଳ୍ପ ଦିନ ମଧ୍ୟରେ ଗାତ ସୃଷ୍ଟି ହୋଉଛି ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି  ଖଣ୍ଡେନ ଜୋର ସେତୁରୁ ଫରଙ୍ଗ ପର୍ଯ୍ୟନ୍ତ ଏକ କିଲୋମିଟର ହେବ ଗାତ ସୃଷ୍ଟି ହୋଇଛି, ଯାତାୟାତ କରୁଥିବା ବାଟୋଇ, ବୃଦ୍ଧ ବୃଦ୍ଧା,ଛାତ୍ର ଛାତ୍ରୀ ମାନେ ଅନେକ ଅସୁବିଧାର ସଂମୁଖୀନ ହେଉଛନ୍ତି, ତୁରନ୍ତ ତଦନ୍ତ କରି ମରାମତି କରିବାପାଇଁ ଓ ଭଲ ଠିକାଦାର ଯୋଗାଇବ ସହ , ଖଣ୍ଡେନ ଯୋର ସେତୁର ଦୁଇ ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଛି, ଏହି ଫାଟ ବର୍ଷା ସମୟରେ ପାଣି ଭିତରକୁ ପଶି ଯିବ ତେବେ ଖଣ୍ଡେନ ଯୋର ସେତୁର ୱାଲନଷ୍ଟ ହେବ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି, ପ୍ରକାଶ ଥାଉକି ଗତ ଅଳ୍ପ ଦିନ ମଧ୍ୟରେ ଖଣ୍ଡେନ ଯୋର ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଫଟୋ ବୋର୍ଡରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆର,ଡ଼ି,ରାସ୍ତ ଠାରେ ମରାମତି କରିବା ପାଇଁ ୨୦୨୧-୨୨ର ଆଉ ଏକ ସୂଚନା ଫଳକରେ ଲେଖା ଅଛି ହେଲେ କେବଳ ସେତୁର ରଙ୍ଗ ବୋଲି ଦେବା ପାଇଁ ନା ଆହୁରି କିଛି ମରାମତି କାର୍ଯ୍ୟ ପାଇଁ ରହିଥିଲା , ହେଲେ ସେହି ସୂଚନା ଫଳକରେ ରଙ୍ଗ ବୋଲିବା ମାରମତି କାର୍ଯ୍ୟ ନା ଖଣ୍ଡିଆ ଖାବରା କାର୍ଯ୍ୟ ମାରମତି କରିବା ପାଇଁ, ନା କେବଳ ସେତୁର ରଙ୍ଗ ବୋଲିବା ପାଇଁ କି,ଏଭଳି ଅନେକ ଭାବନା ସୃଷ୍ଟି ଲୋକଙ୍କ ମନରେ କରିଛି,ଏବଂ ମରାମତି ଫଳକରେ ଅଟକଲର ପରିମାଣ ଲେଖା ନାହିଁ ଏହିଥୀ ପାଇଁ ମଧ୍ୟ ସାଧାରଣ ଲୋକ ସନ୍ଧେହ ସୃଷ୍ଟି ହୋଇଛି,ତେଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଧର୍ମଗଡ଼ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,

Related posts

ରାଉରକେଲା ବନଖଣ୍ଡ ପକ୍ଷରୁ ଚାରା ବିତରଣ କେନ୍ଦ୍ରର ଶୁଭାରମ୍ଭ

ଡମୋଳ ରେ ଆତଙ୍କର ଅନ୍ୟନାମ କିଡ଼ନୀ ରୋଗ  

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ସ୍ୱାର୍ଥପର

Sunil Chandra Nayak

Leave a Comment

error: Content is protected !!