ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ବ୍ଲକ ସମ୍ମୁଖରେ ସିପିଆଇର ଗଣବିକ୍ଷୋଭ

ଜୁନାଗଡ଼ , ୨୮/୦୪(ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ସମ୍ମୁଖରେ ଆଜି ସିପିଆଇ ଜୁନାଗଡ଼ ଜୋନାଲ କମିଟି ପକ୍ଷରୁ ଗଣ ବିକ୍ଷୋଭ କରାଯାଇଥିଲା।କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୋରଗୁଡା ଗ୍ରାମର ବିଭିନ୍ନ ସମସ୍ୟା ଯଥା, ତୁରନ୍ତ ପାନୀୟ ଜଳର ସୁବ୍ୟବସ୍ଥା, ଜବକାର୍ଡ ଧାରୀଙ୍କୁ କର୍ମ ନିୟୋଜନ, ବଞ୍ଚିତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ମରୁଡି ଜନିତ କ୍ଷତିପୂରଣ ପ୍ରଦାନ, ରିହାତି ମୂଲ୍ୟରେ ଖରିପ ଚାଷ ପାଇଁ ସାର ବିହନ ଔଷଧ ଯୋଗାଣ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ବିନା ସୂଚନାରେ ବିଦ୍ୟୁତ କାଟ ବନ୍ଦ କରିବା ଦାବି କରିଛନ୍ତି।ସ୍ଥାନୀୟ ଆରଏମସି ପରିସରରୁ ସିପିଆଇ ନେତା ଦାମୋଦର ବେହେରା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହରେକୃଷ୍ଣ ମାଝୀ, ଦୁର୍ଯ୍ୟୋଧନ ମାଝୀଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ଏକ ରାଲି ଯୋଗେ ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଦାବିଗୁଡିକ ଯଥାଶୀଘ୍ର ପୂରଣ କରାଯିବାକୁ ସ୍ଥାନୀୟ ବ୍ଲକ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରଙ୍କ ଉଦ୍ଦେଶ୍ୟରେ ଏକ ସାତଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ସରକାରୀ ବୃତ୍ତିରେ ସରସ୍ଵତୀ ଶିଶୁ ମନ୍ଦିରର ସଫଳତା

Sunil Chandra Nayak

କୋକସରା ପୋଲିସ ପକ୍ଷରୁ ସହିଦ ଦିବସ ପାଳିତ

Sunil Chandra Nayak

କଳସଯାତ୍ରା ସହ ଖପରାମାଲ ରେ ଅଷ୍ଟ ପ୍ରହର ନାମଯଜ୍ଞ ଆରମ୍ଭ

Leave a Comment

error: Content is protected !!