ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନ୍ୟବର ସୁପ୍ରିମକୋର୍ଟଙ୍କ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ମିଛ ଥିଲା ୨୦୧୯ ତେଲେଙ୍ଗାନା ଏନକାଉଣ୍ଟର । ମାମଲାରେ ସାମିଲ ୧୦ ପୋଲିସ କର୍ମୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ସୁପାରିଶ।

ହାଇଦ୍ରାବାଦରେ ୨୦୧୯ରେ ଜଣେ ଯୁବତୀଙ୍କ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତଙ୍କର ଏନକାଉଣ୍ଟର ମିଛ ଥିଲା । ସୁପ୍ରିମକୋର୍ଟଙ୍କ କମିଶନ ଏହାକୁ ମିଛ ଥିଲା ବୋଲି ଦର୍ଶାଇଛନ୍ତି । ଏହା ସହ ମାମଲାରେ ସାମିଲ ୧୦ ପୋଲିସ କର୍ମୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ସୁପାରିଶ କରାଯାଇଛି । କମିଟି ଦାଖଲ କରିଥିବା ରିପୋର୍ଟରେ କୁହାଯାଇଛି ଯେ, ପୋଲିସ କର୍ମୀମାନେ ଅଭିଯୁକ୍ତଙ୍କ ଉପରକୁ ଜାଣିଶୁଣି ଗୁଳିମାଡ କରିଥିଲେ । ସେମାନଙ୍କୁ ଶେଷ କରିବା ଉଦ୍ଦେଶ୍ୟରେ ପୋଲିସ ଏହିଭଳି ପଦକ୍ଷେପ ନେଇଥିଲା ।

ହାଇଦ୍ରାବାଦରେ ୨୦୧୯ ନଭେମ୍ବର ୨୬ ତାରିଖ ରାତିରେ ଜଣେ ଭେଟେନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ମାମଲାରେ ୪ ଅଭିଯୁକ୍ତଙ୍କ ୬ ଡିସେମ୍ବର ଭୋର ସମୟରେ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ପୋଲିସ ଦାବି କରିଥିଲା । ଅଭିଯୁକ୍ତମାନେ ପୋଲିସର ବନ୍ଧୁକ ଛଡାଇ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଗୁଳିମାଡରେ ନିହତ ହୋଇଥିବା କହିଥିଲା ପୋଲିସ । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନରେ ପ୍ରଶଂସା କରାଯାଇଥିଲା । ଏହାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ପୂର୍ବ ବିଚାରପତି ବିଏସ୍ ସିରପୁରକରଙ୍କ ନେତୃତ୍ୱରେ ଯାଂଚ କମିଟି ଗଠନ କରିଥିଲେ ।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ….

Related posts

କଣ୍ଟାଗାଁ ରେ ଡକାୟତି ଗ୍ରୀଲ ଭାଙ୍ଗିଘରେ ପଶିଲେ

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

ପବିତ୍ର ମହମ୍ମଦ ଜୟନ୍ତୀ ପାଳନ                 

Sunil Chandra Nayak

Leave a Comment

error: Content is protected !!