ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଂଜ – ପିକଅପ ଭେନ୍/ବାଇକ୍ ମୁହାଁମୁହିଁ,ଦୁଇ ଗୁରୁତର

ମୟୂରଭଂଜ– ୨୦/୫/୨୨(ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଯଶିପୁର ରାସ୍ତା ଦୁବୁଲାବେଡା ଛକ ପାଖାପାଖି ରେ ପିକଅପଭେନ ସହ ବାଇକ୍ ମୁହାଁମୁହିଁ ଫଳରେ ବାଇକ୍ ଚାଳକ ସହ ଆରୋହୀ ଗୁରୁତର । ଘଟଣାଟି ଅପରାହ୍ନର ୫.୩୦ ପାଖାପାଖି ସମୟରେ ହୋଇଥିଲା । ସୂଚନାଯୋଗ୍ୟ ଵହଳଦା ଥାନା ଝରାଡିହି ଅଂଚଳର ମଝିଗାଁ ବାସିନ୍ଦା ପ୍ରାଥମିକ ଶିକ୍ଷକ କାଂଚନ ବାରିକ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବାରିକ ବାଇକ୍ ଯୋଗେ ନିଜ ଶ୍ଵଶୁର ଘର ରାଇରଙ୍ଗପୁର ବ୍ଳକର ସାନପାଖଣା ଆସି ପୁଣି ନିଜ ଘରକୁ ଫେରୁଥିବା ସମୟରେ ଏକ ସାମନପଟୁ ପିଅପଭେନ ସହିତ ମୁହାଁମୁହିଁ ହେବା ଫଳରେ ବାଇକ୍ ରେ ପତିପତ୍ନୀ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇଥିଲେ ।ରକ୍ତ ଜୁଡୁବୁଡୁ ସେମାନଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ପରିସ୍ଥିତି ଗୁରୁତର ହେବାରୁ ଟାଟାମେଡିକାଲକୁ ଦୁଇଜଣ ଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ଘାସିରାମ ମେମୋରିଆଲ ଫୁଟବଲ ଉଦଘାଟିତ, ୩/୦ ଗୋଲ ରେ ବଗାଡ଼ ଦଳ ବିଜୟୀ

Sunil Chandra Nayak

କଙ୍ଗାଳୀ ଚରଣ ସେଠୀ ଙ୍କ କବିତା କାବ୍ୟ ନାୟିକା ମୋ କାନ୍ଦେ

Sunil Chandra Nayak

ନବ ନିର୍ବାଚିତ କୁଳପତି ଓ ମୁଖ୍ୟ ସମ୍ପାଦକ ଙ୍କୁ ଖଡ଼ିଆଳ ଅଞ୍ଚଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!