ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ 

ଅଗ୍ରପୂଜ୍ୟ ଗଣେଶ 

ହେ ଅଗ୍ରପୂଜ୍ୟ ଗଣେଶ 
ଲୋଡା ତୁମ୍ଭ ଆଶିଷ 
ତୁମ୍ଭ ବିନା ମଣଷର 
ଘଟେ ଅକାଳ ବିନାଶ ।।
ହେ ଅଗ୍ରପୂଜ୍ୟ ଗଣେଶ 
ଦିଅ ତୁମ୍ଭ ସିଦ୍ଧି ବୁଦ୍ଧି 
ମୂଢତାକୁ ଜ୍ଞାନ ବାଣ୍ଟି
ବିନାଶକୁ ଦିଅ ରୁଦ୍ଧି ।।
ଭାଦ୍ର ଶୁକ୍ଳ ଚତୁର୍ଥୀରେ 
ଉଭା ହୁଅ ଯେ ମରତେ 
ଅଜ୍ଞାନ ଅନ୍ଧାର ନାଶି 
ସୁଦୟେ ଏହି ମୁହୁର୍ତ୍ତେ ।।
ତୁମ୍ଭେ ପାର୍ବତୀ ନନ୍ଦନ
ଏକଦନ୍ତ ମହାକାୟ
ଜ୍ଞାନର ଗାରିମା ବଳେ 
ଅଗ୍ରପୂଜ୍ୟ ଗଣେଶାୟ ।।
ଆନନ୍ଦ ମନେ ମୋ ବାବା  
ଶ୍ରୀ ଗଣେଶ ଆସିଛି 
ପାଶେ ମୂଷିକ ବାହାନ 
କେଡେ ସୁନ୍ଦର ଦିଶୁଛି ।।
           

ନିକୁଞ୍ଜ କୁମାର ଘୋଷ 

ସା-ମାଧବପୁର, ପୋ-ଲକ୍ଷ୍ମଣନାଥ, ଥାନା-ଜଳେଶ୍ୱର ,
ଜିଲ୍ଲା-ବାଲେଶ୍ବର, ଓଡିଶା ।ପିନ୍-756032 

Related posts

ବେଣୁଧର ସୂତାର ଙ୍କ କବିତା ଧୂଳି ଧରଣୀର ପରେ

Sunil Chandra Nayak

ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମାଆ ଵାପା

Leave a Comment

error: Content is protected !!