ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା କାରଣରୁ ବାତିଲ ହେଲା ଅଲ ଇଣ୍ଡିଆ ଏନ ସି ସି ପର୍ବତାରୋହଣ କାର୍ଯ୍ୟକ୍ରମ

କୋକସରା,୨୧/୦୯-( ମ ନି ସ) କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରୀଚଞ୍ଚରା ରେ ୨୧ ତାରିଖ ବୁଧବାର ଦିନ ଏନ.ସି.ସି ପକ୍ଷରୁ ଅଲ ଇଣ୍ଡିଆ ଟ୍ରାଇବଲ ପର୍ବତାରୋହଣ ଶିବିର ଅନୁଷ୍ଠିତ ପାଇଁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଡିଗ୍ରୀ ମହାବିଦ୍ୟାଳୟ କୋକସରା ପକ୍ଷରୁ ଆୟୋଜନ କରା ଯାଇଥିଲା। କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ସମେତ ଡିଗ୍ରୀ ମାଧ୍ୟମିକ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ର ଏନ ସି ସି ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଗତକାଲି ଠାରୁ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା କାରଣରୁ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏନେଇ ଆୟୋଜକ ଡିଗ୍ରୀ ମହାବିଦ୍ୟାଳୟ କୋକସରା ପକ୍ଷରୁ ସୂଚନା ଦେଇଛନ୍ତି।

Related posts

ନୂଆପଡା ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

Sunil Chandra Nayak

କର୍ଲାମୁଣ୍ଡା ବ୍ଲକ ସରପଞ୍ଚ ସଂଘ ଗଠିତ

Sunil Chandra Nayak

ରାଇଘର ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!