ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିମା ଗାଦିରେ ନବାର୍ନ ଖାଇ ନୂଆଖାଇ ପାଳନ କଲେ ସାଧୁ ସନ୍ଥ

କାମାକ୍ଷନଗର: ଆଜି କୃଷି ଭିତ୍ତିକ ମହାନ ପର୍ବ ନୂଆଖାଇ।।ଗାଁଠୁ ସହର ଯାଏଁ ସବୁଠି ଦେଖାଦେଇଥାଏ ଉତ୍ସବର ମାହୋଲ। ବର୍ଷର ପ୍ରଥମ ଶସ୍ୟ ଭାବେ ଧାନରୁ ପ୍ରସ୍ତୁତ ନୂଆ ଚୁଡା ଖାଇ ନୂଆ ଖାଇକୁ ଧୁମଧାମର ସହିତ ପାଳନ କରିଛନ୍ତି ମହିମା ଧର୍ମାବଲମ୍ବୀ ସାଧୁ ସନ୍ନ୍ୟାସୀ ଓ ଭକ୍ତମାନେ।କାମାକ୍ଷାନଗର ସ୍ଥିତ ମହିମା ଗାଦିରେ ଏହି ନୂଆ ଖାଇ ପର୍ବକୁ ମହା ଆଡମ୍ବର ସହ ପାଳନ କରାଯାଇଛି।ନୂଆଖାଇ ପାଇିଁ ପ୍ରତ୍ୟେକ ବର୍ଷ ଭଳି ଏର୍ଷ ମଧ୍ୟ ଆଠଗଡରୁ ଆସିଥାଏ ନୂତନ ଧାନ ।ସେଥିରୁ ନୂତନ ଚୂଡା ପ୍ରସ୍ତୁତ କରାଯାଇଥାଏ। ପ୍ରାତଃ ୪.୩୦ ମିନିଟ ସମୟରେ ଭକ୍ତମାନେ ଏକାଠି ହୋଇ ସୂର୍ଯ୍ୟୋଦୟ ପୂର୍ବରୁ ନୂଆଁ ଧାନରେ ତିଆରି ଚୂଡାକୁ କଦଳି,ସେଓ,ନଡିଆ, ମହୁ,ଘିଅ, କ୍ଷିର,ଦହି,ଗୁଡ ଆଦିରେ ପ୍ରସ୍ତୁତ ନବାନ୍ନକୁ ଏକ ନୂତନ ମାଟି ପାତ୍ରରେ ଅମୁଣିଆ ମଣ୍ଡପଠାରେ ଶୂନ୍ୟ ଠାକୁର ଅଲେଖ ମହିମାଙ୍କୁ ଅର୍ପଣ କରାଯାଇଥାଏ। ଏହାକୁ ମହିମା ଧର୍ମରେ ଅମୁଣିଆ ବୋଲି କୁହାଯାଇଥାଏ। ମହିମା ଧର୍ମୀ ସାଧୁଙ୍କ ଆଶୀର୍ବାଦ ନେଇ ଭକ୍ତ ମାନେ ନିଜ ପରିବାରର ଆରୋଗ୍ୟ କାମନା କରିଥାନ୍ତି। କାମାକ୍ଷାନଗର ସ୍ଥିତ ମହିମା ଗାଦି ଠାରେ ଏହି ଗଣ ପର୍ବକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ମାନେ ଆସିଥାନ୍ତି।। ଏହା ପରେ ସମସ୍ତ ଭକ୍ତ, ସାଧୁ ସନ୍ଥ ମାନେ ଏକାଠି ନବାନ୍ନକୁ ଭକ୍ଷଣ କରିଥାନ୍ତି।ସମଗ୍ର ବିଶ୍ବର କଲ୍ୟାଣ ହେଉ ବୋଲି ସାଧୁ ମାନେ ଅଲେଖ ମହିମାଙ୍କ ନିକଟରେ ପ୍ରାଥନା କରି ଥିଲେ। ବିଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ଫିକା ପଡ଼ି ଯାଇଥିଲା ନୂଆ ଖାଇ। ବାହାର ସାଧୁସନ୍ଥଙ୍କ ଠାରୁ ଭକ୍ତ ସମସ୍ତଙ୍କୁ ମହିମାଗାଦୀରେ ପ୍ରବେଶ ଉପରେ ଲାଗିଥିଲା କକକଣା। ହେଲେ ଚଳିତ ବର୍ଷ କଟକଣା ହଟିଥିବାରୁ ଏହି ନୂଆ ଖାଇ ପର୍ବକୁ ପୂର୍ବ ଭଳି ଖୁବ୍ ଧୁମଧାମ ସହିତ ପାଳନ କରାଯାଇଛି।କିଛି ଭକ୍ତ ନୂଆ ଧାନରୁ ପ୍ରସ୍ତୁତ ଚୁଡା ସହ କ୍ଷୀର ଛେନା ଦହି ଗୁଡ ମହୁ ଓ ଫଳ ଆଦି ପ୍ରଦାନ କରିଥିଲେ। ଜଗତକଲ୍ୟାଣ ଉର୍ଦ୍ଧେଶ୍ୱରେ ତଥା ଚଳିତବର୍ଷ ପୃଥିବୀ ଶସ୍ୟସାମଳା କାମନା କରି ଏହି ପର୍ବକୁ ପାଳନ କରାଯାଇଛି।ତେବେ ଏଠାକୁ ଆସିଥିବା ଭକ୍ତମାନେ ପ୍ରାତଃ ସମୟରୁ ବିଧି ମୁତାବକ ଏହି ପର୍ବକୁ ପାଳନ କରିଥାନ୍ତି।କାମାକ୍ଷାନଗର ସ୍ଥିତ ମହିମାଗାଦୀରେ ଅନୁଷ୍ଠିତ ଏହି ନୂଆ ଖାଇ ପର୍ବରେ ଯୋଗଦେଇ ଭକ୍ତମାନେ ବେଶ୍ ଖୁସି ଥିବା ପରିଲକ୍ଷିତ ହୋଈଥିଲା।ଏହି ନୂଆଁଖାଇକୁ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ଭକ୍ତ ମାନେ ବାର୍ଷିକ ଉତ୍ସବ ଭାବେ ମଧ୍ୟ ପାଳନ କରିଥାନ୍ତି।ବିଶ୍ବାସ ଅଛି ଯେ ବର୍ଷର ପ୍ରଥମ ଶଷ୍ୟ ବା ଧାନକୁ ଅର୍ପଣ କଲେ ଭଲ ଅମଳ ହେବା ସହ ଜଗତର ମଙ୍ଗଳ ହେବ।

 କାମାକ୍ଷନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳିତ

Sunil Chandra Nayak

ବାଇକ ଦୁର୍ଘଟଣାରେ ମହିଳା ଓ ଶିଶୁପର୍ଯ୍ୟବେକ୍ଷିକା ଙ୍କ ମୃତ୍ୟୁ

Sunil Chandra Nayak

ଝାଡା ବାନ୍ତି ରେ ଶିଶୁ ମୃତ     

Sunil Chandra Nayak

Leave a Comment

error: Content is protected !!