ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତିନୋଟି ଅସହାୟ ଗରିବ ପରିବାର ମୁହଁରେ ହସ ଫୁଟାଇଲେ ତିନି ଯୁବ ସମାଜ ସେବୀ 

ଢେଙ୍କାନାଳ: ଯେଉଁଠି ନେତା ,ମନ୍ତ୍ରୀ, ସରପଂଚ ଗରିବ ଙ୍କୁ ଦେଖା ଦେଉ ନାହାଁନ୍ତି ସେଇଠି ସମାଜ ସେବୀ ମାନେ ଆଗେଇ ଆସୁଛନ୍ତି ଅସହାୟ ଗରିବ ପରିବାର କୁ ସାହାଯ୍ୟ ସହଯୋଗ କରିବା ପାଇଁ । ଏହି ପରି ପରିସ୍ଥିତି ରେ ତିନୋଟି ଅସହାୟ ଗରିବ ପରିବାର ମୁହଁରେ ହସଫୁଟାଇଲେ ଢେଙ୍କାନାଳ ବିରାଶାଳ ର  ଯୁବସମାଜସେବୀ ହରେଶ ବେହେରା,ଶୁଭେନ୍ଦୁ ସେନାପତି ଓ ରାଜେନ୍ଦ୍ର ବେଜ ।କିଛି ଦିନ ପୂର୍ବରୁ  ଭାରତୀୟ ମାନବାଧିକାର ପରିଷଦ , ର ଜାତୀୟ କାର୍ଯ୍ୟ ରତ ସଭାପତି ତଥା ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ବ୍ଲକ ପଙ୍ଗାତିରା ଗ୍ରାମର ଅସହାୟ ବୃଦ୍ଧ ଦମ୍ପତି  ବଙ୍କା ପେଣ୍ଠୋଇ ଝିଲ୍ଲୀ ଗ୍ରାମ ପଞ୍ଚାୟତ ର ଅସହାୟ ବିଧବା ମହିଳା ବାସନ୍ତି ଦେହୁରୀ କୁ ସାହାର୍ଯ୍ୟ ର ହାତ ବଢ଼େଇ ଛନ୍ତି ।ଯିଏ କି ଭଙ୍ଗଖଦଦରା ଘରେ ରହୁଛନ୍ତି ପାଞ୍ଚଟି ପିଲାଙ୍କୁ ନେଇ । ଭୋକ ଉପାସରେ ମା ଛେଉଣ୍ଡ ତିନୋଟି ଅସହାୟ କୁନିକୁନି ପିଲା ବେସାହାରା ଚିତ୍ର ଟି ନଜର କୁ ଆସିବାରୁ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଲୋକଲୋଚନକୁ ଆଣିଥିଲେ ଏବଂ ସାହାଯ୍ୟ ସହଯୋଗ କରିଥିଲେ ଓ  ବ୍ଲକ ସଭାପତି ବିରଞ୍ଚି ସାହୁ ମଧ୍ୟ ଯାଇ ପ୍ରଶାସନ ଙ୍କ ଅବଗତ କରାଇବା ସହିତ ସହଯୋଗ କରିଥିଲେ bhrc ତରଫରୁ ଟ୍ୟୁଇଟ ହେବା ସହିତ ପ୍ରଶାସନ କୁ ଅବଗତ କରାଇଥିଲେ ଏବଂ  ଗଣମାଧ୍ୟମରେ ଖବର ପ୍ରଶାରଣ ହୋଇଥିଲା , ଏହି ଖବର ଦେଖି ଢେଙ୍କାନାଳ ବିରାଶାଳ ତିନିଜଣ ଯୁବ ସମାଜସେବୀ  bhrc ର ବ୍ଲକ ସଭାପତି ବିରଞ୍ଚି ସାହୁଙ୍କ ସହିତ ଯାଇ ସେହି ତିନୋଟି ଅସହାୟ ଗରିବ ପରିବାର କୁ ରାସନ ସାମଗ୍ରୀ ସହିତ ଆର୍ଥିକ ସହାୟତା ସାହାଯ୍ୟ ସହଯୋଗ କରିବା ସହିତ ଯୁଵ ସମାଜ ସେବୀ ହରେଶ ବେହେରା,ଶୁଭେନ୍ଦୁ ସେନା ପତି ଓ ରାଜେନ୍ଦ୍ର ବେଜ ପ୍ରଶାସନ ଙ୍କୁ ଅବଗତ କରାଇଛନ୍ତି ଏହି ତିନୋଟି ଅସହାୟ ଗରିବ ପରିବାର କୁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଆଯାଉ ବୋଲି  l୬୦ କିଲୋମିଟର ରୁ ଆସି କଙ୍କଡାହାଡ ବ୍ଲକ ଅଞ୍ଚଳରେ ସାହାଯ୍ୟ ସହଯୋଗ କରିଥିବା ଯୁବ ସମାଜ ସେବୀ ହରେଶ ବେହେରା ,ଶୁଭେନ୍ଦୁ ସେନାପତିି, ରାଜେନ୍ଦ୍ର ବେଜ ଙ୍କୁ ଅଞ୍ଚଳ ବାସୀ ସାଧୁବାଦ ଜଣାଇଛନ୍ତି ।ସର୍ବଦା  ଲୋକଙ୍କ ସେବାରେ ବିଏଚ୍ ଆର୍ ସି ଏବଂ  ଜାତୀୟ ସଭାପତି ଜବାହରଲାଲ ଓଝା ଜାତୀୟ କାର୍ଯ୍ୟରତ ସଭାପତି ତଥା ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ବ୍ଲକ ସଭାପତି ବିରଞ୍ଚି ସାହୁ ଙ୍କ ର ଏହିପରି ସେବା କାର୍ଯ୍ୟ କୁ ଅଞ୍ଚଳ ବାସୀ ଧନ୍ୟବାଦ ଜଣାଇଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବେହେରା ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଶୁଭାରମ୍ଭ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ଓ ସି ଏ ଭିଜନ୍ ୨୪ ଜୁନିଅର ଆନ୍ତଃ ଜିଲ୍ଲା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Sunil Chandra Nayak

ଧର୍ମଗଡ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇ.ଟି.ଇ.ଆଇ)ରେ ଜାତୀୟ କ୍ରୀଡା ଦିବସ

Sunil Chandra Nayak

Leave a Comment

error: Content is protected !!