ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡ଼କେନ୍ଦୁଗୁଡାରେ ଯାଦବ ସମାଜ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ

କୋକସରା,୧ା୯-  ( ମ ନି ସ )  କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଗୁରୁବାର ମଧ୍ୟାହ୍ନରେ ସମାପନ ହୋଇଛି । ନବାନ୍ନ ଭକ୍ଷଣ ସମାପନ ହେବାପରେ ଆରମ୍ଭ ହୋଇଯାଇଛି ଜୁହାର ଭେଟଘାଟ । ଏହି କ୍ରମରେ କୋକସରା ବ୍ଲକ ବଡକେନ୍ଦୁଗୁଡା ଆଞ୍ଚଳିକ ଯାଦବ ସମାଜ ପକ୍ଷରୁ ସ୍ଥାନୀୟ ପ୍ରହରୀ ମଣ୍ଡପ ପ୍ରାଙ୍ଗଣରେ ଧୁମଧାମର ସହ ନୂଆଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଛି । କାଉଡୋଳା ପଞ୍ଚାୟତ ଯାଦବ ସମାଜ ସଭାପତି ଅର୍ଜୁନ ଭାଟିଙ୍କ ସଭାପତିତ୍ୱରେ ଆୟୋଜିତ ଭେଟଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଯାଦବ ମହାସଭା ସଭାପତି ବିନୋଦ ବିହାରୀ ରାଉତ ଯୋଗ ଦେଇଥିଲେ । କୋକସରା ବ୍ଲକ ଜୋନ ନମ୍ବର ୨ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବ୍ଲକ ଯାଦବ ମହାସଭା ସମ୍ପାଦକ ଅଲେଖ ଚନ୍ଦ୍ର ଗୋପଳ, ବଡକେନ୍ଦୁଗୁଡା ଯାଦବ ଗ୍ରାମ୍ୟ ସଭାପତି ସୁରେଶ ଚନ୍ଦ୍ର ହଂସ, କୁସୁମଖୁଣ୍ଟି ଆଞ୍ଚଳିକ ସଭାପତି ସୁଦର୍ଶନ ବେହେରା, ବ୍ଲକ କମିଟି ସଦସ୍ୟ ଧନସିଂ ବାଗ, ଧନେଶ୍ୱର ଗହୀର, ଲକ୍ଷ ପୁଞ୍ଜି, କୋଷାଧ୍ୟକ୍ଷ ପ୍ରହ୍ଲାଦ ଚଣ୍ଡି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥି ମାନେ ମଞ୍ଚାସୀନ ହେବାପରେ ସମାଜର ଆରଧ୍ୟ ଦେବତା ପ୍ରଭୂ ଶ୍ରୀକୃଷ୍ଣ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ପରେ ଏକତ୍ରତି ସମସ୍ତେ ନବାନ୍ନ ଭକ୍ଷଣ କରିଥିଲେ । ନବାନ୍ନ ଭକ୍ଷଣ ପରେ ନିଜନିଜ ଭିତରେ ଜୁହାର ଭେଟଘାଟ ହୋଇଥିଲେ । ସାନ ମାନେ ବଡ ମାନଙ୍କୁ ଜୁହାର କରିଥିବା ବେଳେ ବଡମାନେ ସାନ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଲଛମନ ଭାଟି, ହେମନ୍ତ ହଂସ, ସାଧୁ ବେମାଲ, ଧଞ୍ଜିତ ଭାଟି, ସୁରେଶ ହଂସ, ଲିଙ୍ଗରାଜ ଭାଟି, ଅଭିମନ୍ୟୁ ତାଣ୍ଡି, କାନ୍ତ ଭାଟି, ରକ୍ଷା ହଂସ, ରୁଦ୍ର ଭାଟି, ଘାସିରାମ ହଂସ, ଖଗେଶ୍ୱର ବେମାଲ, ଫୁଲଧର ଭାଟି, କପିଲ ଭାଟି, ଗଜିନ୍ଦ୍ର ହଂସ ପ୍ରମୂଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Related posts

ଜୟ କୁମାର ମିଶ୍ର ଙ୍କ କବିତା ଅଳପ ପାଠ, ବହୁତ ହାଟ

ମୃତ ଡ୍ରାଇଭର ସାଥିଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ କୋକସରା ଡ୍ରାଇଭର ମହାସଂଘର କର୍ମକର୍ତ୍ତା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହେ ଇଶ୍ଵର

Sunil Chandra Nayak

Leave a Comment

error: Content is protected !!