ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

।। ତାରୁଣ୍ୟ।।

ତାରୁଣ୍ୟ ମୋହର ହଜି ଯାଇନାହିଁ
ମନ ବେଳାଭୂମି ପରେ,
ସ୍ନିଗ୍ଧ ଚାହାଣୀ ଓଠର କମ୍ପନ
ସାଇତା ଅଛି ହୃଦରେ।।୧।।
ଦେହ ଉପତ୍ୟକା ନରମି ଯାଇଛି
ଉତ୍ତାପରେ ଶିଝି ଶିଝି,
ମନ ଉପତ୍ୟକା ଏବେବି ସବୁଜ
କଥା କହେ କିଛି କିଛି।।୨।
 ଅନୁରାଗ ଭରା ପ୍ରୀତିର ନୟନ
ଏବେବି ଛଲକୁ ଅଛି,
ଅଜଣା ଆବେଗେ ଚମକୁଛି ଚିତ୍ତ
ପ୍ରଣୟରେ ଭିଜି ଭିଜି।।୩।।
ଏବେବି ଝୁରୁଛି ପ୍ରୀତି ମହକର
ଅଭୁଲା ଅଲିଭା ସ୍ମୃତି,
ଗୋପନରେ କିବା ଅଭିସାର ସାଜେ
ସପନରେ ମାତି ମାତି।।୪।।।
କି ଏକ ଦୂରନ୍ତ ଗଗନରେ ଆଜି
ଉଡ଼ଇ ପ୍ରେମ ପଣତ,
ମଳୟ ସମୀର ଧିରେ ବୋହି ଆଣେ
ସ୍ମୃତି ଭରା ସେଇ ଗୀତ।।୫।।
ପ୍ରଥମ ପ୍ରେମର ପ୍ରଥମ ସ୍ମୃତିଟି
ଅଲେଖା କାଗଜେ ଅଛି,
ଚପଳଟା କିଛି ହଜି ଯାଇନାହିଁ
ବୟସ ଜୁଆରେ ଭାସି।।୬।।
ମନ ତରୁଡ଼ା ଳେ ଏବେବି କୋଇଲି
ଗାଉଛି ପଞ୍ଚମ ତାନେ,
ବୟସ ଭାରରେ ନଇଁ ଯାଇନାହିଁ
ମାଦକତା ଭରେ ପ୍ରାଣେ।।୭।।
ଶବ୍ଦ କୁଞ୍ଜରେ କବୀର ଲେଖନୀ
ଭରିଯାଏ ପୃଷ୍ଠା ପୃଷ୍ଠା,
ବିରାମ ନିଏନା ଥକିଯାଇ କେବେ
ସ୍ଥବିର ହୁଏନି ଚେଷ୍ଟା।।୮।।
ଶାଶ୍ଵତ ପ୍ରେମର ଚିରନ୍ତନୀ ଗାଥା
ହୃଦୟ ଶୁଣାଏ ଆଜି,
ଅପୂର୍ବ ପୁଲକେ ଭରିଯାଏ ପ୍ରାଣ
କଥା ସବୁ ହେଜି ହେଜି।।୯।।

           ।। ଚିତ୍ରା ରାଣୀ ପାତ୍ର।।

                      ।।ବାଲେଶ୍ଵର।।

Related posts

ତଲାଗାଁ ଠାରେ ମା କାଳି ବାହୁଡ଼ି ଙ୍କ ପଣାଢଳା ଯାତ୍ରା ଅନୁଷ୍ଠିତ

Sunil Chandra Nayak

ବେଦାନ୍ତ ଲିମିଟେଡର ନୂତନ ବିସ୍ଥାପିତ କଲୋନୀ ନିର୍ମାଣ ନିମ୍ନମାନର ଅଭିଯୋଗ

Sunil Chandra Nayak

ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ରାଜ୍ୟ ମହାସଚିବ,ଉପସଭାପତିଙ୍କ ସମେତ ସମସ୍ତ ନୂତନ କର୍ମକର୍ତ୍ତାମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!