ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

ନବରଙ୍ଗପୁର ତା ୨୨/୧୧ ଭାରତ ସ୍ଵାଧିନତା ସଂଗ୍ରାମ ଇତିହାସରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅଗ୍ରଣୀ ବୀର ସ୍ବାଧିନତା ସଂଗ୍ରାମୀ ଙ୍କ ମଧ୍ୟରେ ସହୀଦ ଲକ୍ଷ୍ମଣ ନାୟକ ଅନ୍ୟତମ। ନିଜର ମା ମାଟି, ଦେଶର ସ୍ବାଧିନତା ପାଇଁ ମହାତ୍ମା ଗାନ୍ଧୀ ଙ୍କ କର ବା ମାର ଡାକରାରେ ଉଦବୁଦ୍ଧ ହୋଇ ଇଗ୍ରେଜ ବିରୁଦ୍ଧରେ ଲଢେଇ କରି ନିଜ ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ଥିଲେ। ସେହି ମହାପୁରୁଷ ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ଙ୍କ ୧୨୩ ତମ ଜନ୍ମତିଥି ପାଳନ ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସହୀଦ ଲକ୍ଷ୍ମଣ ନାୟକ ବିଦ୍ୟା ପୀଠରେ ଅନୁଷ୍ଟିତ ସମାରୋହର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଯୋଗଦେଇ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ ମାତୃକା ପାଇଁ ତାଙ୍କର ତ୍ୟାଗ ଓ ଆଦର୍ଶ ଜୀବନୀ ଉପରେ ଆଲୋକପାତ କରିଥିଲେ । ଆଜିର ଯୁବ ପୀଡି, ଛାତ୍ର ଛାତ୍ରୀ ମହାପୁରୁଷ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡକ୍ଟର ରାଧାନାଥ ବେହେରା, ପୌର ପରିଷଦ ଅଧ୍ୟକ୍ଷ କୁନୁ ନାୟକ, ବକ୍ତା ଭାବରେ ଡକ୍ଟର ବିଜୟ ମିଶ୍ର, ଉପ ଆରକ୍ଷୀ ଅଧିକ୍ଷକ ଡକ୍ଟର ଚନ୍ଦ୍ର ଶେଖର ହୋତା, ପ୍ରାଧ୍ୟାପକ ରାଜୀବ ଜାଲ ଯୋଗଦେଇ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ଆଦର୍ଶ ଜୀବନୀ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରାଣ ନାଥ ସେଠ,ବିଜୟ କୁମାର ଚୌଧୁରୀ, ନିରଞ୍ଜନ ମିଶ୍ର, ଜେମା ମଣି ବିଶୋଇ,ମନୋରମା ମାଝୀ, ପ୍ରଭାସିନୀ ମହାନ୍ତି, ସିରାଜ୍ ଉଦିନ ଅହମଦ, ବରିଷ୍ଟ ନାଗରିକ, ଗଣ ମାଧ୍ୟମର ପ୍ରତିନିଧି, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଟିତ ବିଭିନ୍ନ ପ୍ରତି ଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ମୁଖ୍ୟ ଅତିଥି ଜିଲ୍ଲାପାଳ ଡକ୍ଟର ମିଶ୍ର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ନୀଆଲ୍ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ଡ୍ରେନେଜ ବ୍ୟବସ୍ଥା ନାହିଁ ରାସ୍ତାରେ ଜମୁଛି ପାଣି

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ଆଞ୍ଜୁଳାଏ ଅମୃତ

Sunil Chandra Nayak

ନୂଆ ଜଙ୍ଗଲ ଅଧିକାର ଆଇନ ରେ ଜନଜାତିଙ୍କୁ ଧୋକା

Sunil Chandra Nayak

Leave a Comment

error: Content is protected !!