ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ଵ ମତ୍ସ୍ୟ ଦିବସ ପାଳିତ

 ନବରଙ୍ଗପୁର—(,ମସିହା) ଅଦ୍ୟ ତା ୨୧-୧୧-୨୦୨୨ ଦିନ DPRC Meeting Hall,ନବରଙ୍ଗପୁର ରେ ବିଶ୍ଵ ମତ୍ସ୍ୟ ଦିବସ ୨୦୨୨ ପାଳନ କରାଯାଇଅଛି । ଜିଲ୍ଲାର ବିଭିନ୍ନ ବ୍ଲକ ରୁ ୧୦୦ ରୁ ଉର୍ଦ୍ଧ ମାଛଚାଷୀ ମତ୍ସ୍ୟଜୀବୀ ,ମାଛଚାଷ କରୁଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଏବଂ ମତ୍ସ୍ୟ ଉଦ୍ୟୋଗୀ ମାନେ ଯୋଗ ଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ମୋତିରାମ ନାୟକ ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ କୃଷ୍ଣା ମଞ୍ଜରୀ ବିଶୋଇ,ଜିଲ୍ଲା ପରିଷଦ ସଭ୍ଯ ଶ୍ରୀ କ୍ଷୀରୋଦ କୁମାର ନାୟକ , ଶ୍ରୀ ରତିକାନ୍ତ ପଣ୍ଡା ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇ ମତ୍ସ୍ୟଚାଷ ଜରିଆରେ ମହିଳା ସଶକ୍ତି କରଣ,ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରି କିପରି ମାଛଚାଷ କରାଯାଇପାରିବ,ସେ ବିଷୟ ନେଇ ବିଶେଷ ବିବରଣୀ ଆଲୋକପାତ କରିଥିଲେ । ଏହି ସଭାକୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ନବରଙ୍ଗପୁର ଶ୍ରୀ ଜି .ଜଗଦୀଶ ରାଓ ପରିଚାଳନା କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୋଦିତ ସମସ୍ତ ମତ୍ସ୍ୟଚାଷ ଜନିତ ଯୋଜନା ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ବାୟୋଫ୍ଲକ ପଦ୍ଧତିରେ ମାଛଚାଷ ର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ସନାଧର ପୂଜାରୀ ,କୋଷଗୁମୁଡା ବ୍ଲକ,କୁମାରଦେଈ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ(ପଞ୍ଚାୟତ ପୋଖରୀରେ ମାଛଚାଷ) ଏବଂ ଲଲିତ ମୋହନ ନାୟକ(ମତ୍ସ୍ୟ ପୋଖରୀ ଯୋଜନା ) ଙ୍କୁ ଏହି ସଭାରେ ସମ୍ମାନୀତ କରଯାଇଥିଲା । ଏହି କାର୍ଯ୍ଯକ୍ରମରେ ବିଭାଗୀୟ ଅଧିକାରୀ ଯଥା ଶ୍ରୀମତୀ ରଞ୍ଜିତା ବେହେରା ,ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ,ଶ୍ରୀ ଗିରିଜା ଶଙ୍କର ପଟ୍ଟନାୟକ ,ଶ୍ରୀ ବିକାଶ କୁମାର ପଟେଲ ,ଶ୍ରୀ ବିଜୟ କୁମାର ମାଝୀ,ଶ୍ରୀ ଆକାଶ କୁମାର ନାୟକ,ଶ୍ରୀ ମହାକୁଡ ରାଟେଲ ଶ୍ରୀଚନ୍ଦନ ରାୟ ,ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ମନୋରଞ୍ଜନ ମାଝୀ,ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସ ,କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପ୍ରମୁଖ ସହାୟତା ଏବଂ ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସା‌ହିତ୍ୟିକ ଓ ସାମ୍ବାଦିକ

Sunil Chandra Nayak

ଆସିଲା ନୂଆ ଆଇଟି ନିୟମ.. ଏଣିକି ସୋସିଆଲ ମିଡିଆ ଆକାଉଣ୍ଟକୁ ଅଚଳ ଓ ରଦ୍ଦ କରିପାରିବେ ସରକାର।

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ଅଲିଅଳି ତଅପୋଇ 

Sunil Chandra Nayak

Leave a Comment

error: Content is protected !!