ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳ  ପ୍ରୟୋଗ ,  ବିଏଚ୍ ଆର୍ ସି, ର ଟ୍ୟୁଇଟ୍  ଅବଗତ ପରେ  ଗରିବ ବୃଦ୍ଧାଙ୍କୁ ମିଳିଲା ବିଧବା  ଭତ୍ତା

କାମାକ୍ଷନଗର -: ଗତ କିଛି ମାସ ପୂର୍ବରୁ  ବିଏଚ୍ ଆର୍ ସି,  ପ୍ରଶାସନ ଙ୍କୁ ଅବଗତ କରାଇବା ସହିତ  ଟ୍ୟୁଇଟ କରିଥିଲେ l ସେଇ ଟୁଇଟ ରେ ଅସହାୟ ଗରିବ ବୃଦ୍ଧାଙ୍କ ବିଷୟରେ ଏକ ଖବର ରହି ଥିଲା ଯେ ୭୨ ବର୍ଷିୟ  ବିଧବା ବୃଦ୍ଧା  ଭତ୍ତା ଓ ଆବାସ ଯୋଜନାରୁ ବଞ୍ଚିତ। ଯେ କି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ ଦଶିପୁର ଗ୍ରାମ ପଞ୍ଚାୟତ ର କାକତ ନାଏକ ସ୍ୱାମୀ√ କପିଳ ନାଏକ ଙ୍କ ର ସ୍ତ୍ରୀ ଭଙ୍ଗାକୁଡିଆରେ ଚାଉଳ ୫କେଜି ରେ ଦିନ କାଟୁଛି ବୋଲି । ହେଲେ  ତାଙ୍କ ପାଖକୁ ଯୋଜନା ପହଂଚିବାରେ ବିଳମ୍ବ ହେଲା lଏନେଇ  ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ପୁଣିଥରେ ସରକାର ଙ୍କୁ ଅବଗତ  କରାଇବା ସହିତ ଟ୍ୟୁଇଟ କରିଥିଲେ , ଫଳ ରେ   ବିଧବା ବୃଦ୍ଧା କାକତ ନାଏକ ଙ୍କୁ ମିଳିଲା ଭତ୍ତା । ବାକି ଆବାସ ଯୋଜନା ରେ ଘର ଏବଂ ଅନ୍ତୋଦୟ ଯୋଜନା କେବେ ମିଳୁଛି ଦେଖିବାକୁ ବାକିରହିଲା l ଆଜି ବିଏଚ୍ ଆର୍ ସି, ଙ୍କ ପ୍ରଭାବ ପରେ ବିଧବା ବୃଦ୍ଧା ଙ୍କୁ ଭତ୍ତା ମିଳିବା ଦେଖି କାକତ ନାଏକ ଏବଂ ତାଙ୍କ ସପରିବାର ବିଏଚ୍ ଆର୍ ସି ଙ୍କୁ ଏବଂ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କାମାକ୍ଷନଗରର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ମିନତି ଦାଶ ଙ୍କ କବିତା ଶ୍ରୀ ଗଣେଶ

Sunil Chandra Nayak

ମାନବିକତା ଦେଖାଇଲେ ପୋଲିସ ଓ ଜନ ପ୍ରତିନିଧି, ଯୁବକଙ୍କ ମୃତଦେହକୁ ଦେଲେ ସମ୍ମାନ

Sunil Chandra Nayak

ବଡଦୁନ୍ଦୁ ମସଜିଦରେ ମୁସଲମାନ ସଂପ୍ରଦାୟର ଲୋକେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରାର୍ଥନା

Sunil Chandra Nayak

Leave a Comment

error: Content is protected !!