ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୀଡୀନି ରୋଗ ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ 

ଢେଙ୍କାନାଳ -: ମଣିଷ ଜୀବନର ରାସ୍ତାରେ ଦୁଃଖ କେତେ ବେଳେ ଆସେ କେହି କେବେ ଜାଣି ପାରେ ନାହିଁ ଆଉ ଜୀବନ ବଞ୍ଚାଇବା ପାଇଁ ଚାଲିଥାଏ ସଂଘର୍ଷ । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜି ଥାଏ ବାଧକ l କେମିତି କରିବେ ଚିକିତ୍ସା ଆଉ କେମିତି ଭଲ ହେବ ନିରୀହ ଜୀବନ ??? ହଁ, ଶରୀର ଅଛି ତ ଶରୀରରେ ରୋଗ ମଧ୍ୟ ଅଛି ଆଉ ରୋଗ ପାଇଁ ଚିକିତ୍ସା ମଧ୍ୟ ଅଛି l ଚିକିତ୍ସା ସିନା ଅଛି ହେଲେ ଅର୍ଥ ଦରକାର କିନ୍ତୁ ଅର୍ଥ ହିଁ ନାହିଁ l ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ଗ୍ରାମ ର ତାପସ ରଞ୍ଜନ ସାହୁ ( 30) । ବିତାଉଛନ୍ତି କଷ୍ଟ ପୂର୍ଣ୍ଣ ବ୍ୟାଧି ର ଜର୍ଜରିତ ଯନ୍ତ୍ରଣା l ବାପା କିଶୋର ସାହୁ ଓ ମା ଉପସୀ ସାହୁ ଙ୍କର ବଡ ପୁଅ ହେଉଛନ୍ତି ତାପସ l ସେ ବାରିହାପୁର ନିକଟସ୍ଥ କଲେଜ ପାଖରେ ଏକ ପାନଦୋକାନ କରି ବାପା ମା ଓ ସାନଭାଇ ଙ୍କୁ ନେଇ ବେଶ ହସ ଖୁସିରେ ଦିନ କାଟୁଥିଲେ l ତେବେ ତାପସ ଗାଁ ର ପ୍ରମୋଦିନୀ ସାହୁ ଙ୍କୁ ପ୍ରେମ ବିବାହ କରି ଘରୁ ବିତାଡିତ ହୋଇ ଡିହଡୁଳ ଗ୍ରାମ ରେ ନାହାକ ସାହିରେ ଘରଭଡା ନେଇ ରହି ଆସୁଛନ୍ତି l ହେଲେ ହସ ଖୁସିର ଜୀବନ ଭିତରକୁ ଚାଲି ଆସିଲା ଅଦିନିଆ ଝଡ ଭଳି ବଡ ବ୍ୟାଧି l ହଠାତ ତାପସ ଙ୍କ ଦେହ ଖରାପ ହେବାରୁ ପ୍ରଥମେ ଅନୁଗୁଳ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ l କିଛି ଦିନ ପରେ କିଡ଼ନୀ ଜନିତ ଲକ୍ଷଣ ଦେଖା ଦେବାରୁ ଡ଼ାକ୍ତର କଟକ ବଡ ମେଡିକାଲ ରେ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ l ପ୍ରଥମେ କଟକ ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ଆରମ୍ଭ କରିଦେଇଥିଲେ l ପାଖରେ ଥିବା ସମସ୍ତ ସଞ୍ଚୟ ଅର୍ଥ ଏଥି ପାଇଁ ଖର୍ଚ୍ଚ କରିଦେଇଥିଲେ l ଏ ପରିକି ନିଜର ସାଙ୍ଗ ,ସମ୍ପର୍କୀୟ ତାଙ୍କୁ ଆର୍ଥିକ ସହାୟତା ଯୁଗାଇ ଦେଇଥିଲେ l କିନ୍ତୁ ତାହା ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ନିଅଣ୍ଟ ଥିଲା ଏହି ଦୁଃଖ ଜର୍ଜରିତରେ ତାପସ ଙ୍କ ର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ହେଲେ ଖୁସି ହୋଇପାରୁନାହାନ୍ତି ତାପସ ଆଉ ପ୍ରମୋଦିନୀ l ପୁଅର କୁଆଁ କୁଆଁ କାନ୍ଦ ଶୁଣି କାନ୍ଦି ପକାଉଛନ୍ତି ଉଭୟ ପିତା ମାତା l କାହିଁକି ନା ନିଜେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ ଏହି ନିଷ୍ପାପ ଶିଶୁ ଟିକୁ କେଉଁଠୁ ଖାଇବାକୁ ଦେବେ ??? କେମିତି ମଣିଷ କରାଇବେ ତାକୁ ??? ସ୍ୱାମୀର ଏହି ଦୁଃଖ କୁ ସହ୍ୟ କରି ପାରୁନାହାନ୍ତି ସ୍ତ୍ରୀ ପ୍ରମୋଦିନୀ lଏ ନେଇ ତାପସ ଙ୍କୁ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବା ପାଇଁ ସ୍ଥାନୀୟ ସରପଞ୍ଚ ସସ୍ମିତା ସାହୁ ଙ୍କୁ ନିବେଦନ କରିଛନ୍ତି l ତେବେ ଏ ନେଇ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ପରଜଙ୍ଗ ବି ଡି ଓ ଙ୍କୁ ଦଦନ୍ତ ନିର୍ଦେଶ ଦେଇଛନ୍ତି l ଆଖିରେ ଆଖିଏ ସ୍ବପ୍ନ ମନରେ କିନ୍ତୁ ଦୁଃଖ ଆଉ ଯନ୍ତ୍ରଣା ର ବୋଝ। ଦୁଇ ଓଳି ଦୁଇମୁଠା ଦାନା ଯୋଗାଡ଼ କରିବା ପାଇଁ ପରିବାର ଆଜି ଯାହା ଉପରେ ଭରସା କରିଥିଲା ତାଙ୍କର ଆଜି ଏମିତି ଅବସ୍ଥା ସ୍ୱାମୀ ଆଉ କୋମଳମତି କଅଁଳ ଶିଶୁ ପାଇଁ କାନ୍ଦି କାନ୍ଦି ମାର ଆକୁଳ ନିବେଦନ l ସକ୍ଷମ ଅନୁସାରେ କିଛି ନା କିଛି ସାହାଯ୍ୟ କରନ୍ତୁ ଆପଣଙ୍କର ଗୋଟିଏ ଟଙ୍କା ଗୋଟେ ଜୀବନ ବଞ୍ଚି ପାରିବ ଆଜ୍ଞା ତାଙ୍କର,   Ac/No:-38235766590 , IFSSC:- SBIN0017955 ,Phone pay No:- 9776076718 ,   Tapas ranjan sahoo ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜହ୍ନ ରାତି

Sunil Chandra Nayak

କବିୟତ୍ରୀ ଦୀପିକା ଦାଶ ଙ୍କ କବିତା ସଙ୍କଳନ ‘ ଅସ୍ତରାଗ ‘ଉନ୍ମୋଚିତ

Sunil Chandra Nayak

ଘୋଟିଆ ଗ୍ରାମ ରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ଗ୍ରାମ ସଫେଇ ଓ ସଚେତନା ଅଭିଯାନ କାର୍ଯ୍ୟକ୍ରମ 

Leave a Comment

error: Content is protected !!