ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ବସୁମାତା ବାଣୀ

 ବସୁମାତା ବାଣୀ

ଅପର୍ତ୍ତି ସେଠୀ

(ପବିତ୍ର ରଜପର୍ବର ବସୁମତୀ ସ୍ନାନ ଅବସରରେ ପରିବେଶ ସୁରକ୍ଷା  ନିମନ୍ତେ ରମ୍ୟ ରଚନା)

 

ଜଗତଜନଙ୍କ ହିତେ କହେ ବସୁମାତା 

ଶୁଣହେ ପ୍ରିୟସନ୍ତାନ ଏମନ୍ତ ବାରତା‌।

ଆଜି ବସୁମତୀ ସ୍ନାନ କର କାହିଁପାଇଁ

ସର୍ବଦାଦୁଃଖସାଗରେ ବୁଡିମୁଁ ମର‌ଇ।

ଜରାଜୀର୍ଣ୍ଣକ୍ଷତାକ୍ତମୁଁପୁଣି ରୋଗାଗ୍ରସ୍ତ

ଆଖିରୁ ମୋ ଲୁହଝରୁଅଛି ଅବିରତ।

ମୋଦେହଫୁଟାଇ ନଳକୂପବସାଉଛ, 

ନଭଶ୍ଚୁମ୍ଭୀଉଆସ ମୋଛାତିରେନଦୁଛ

କଳକାରଖାନାପୁଣି କେତେ ନିର୍ମାଣୁଛ

କେତେଭାର‌ବହୁଛି ମୁଁଭାବିକିପାରୁଛ?

ସବୁଜିମା ବସ୍ତ୍ର ବିନେ ଅର୍ଦ୍ଧନଗ୍ନ ମୁହିଁ,

ଯେଣୁପଦାକଲ ବୃକ୍ଷରାଜି କାଟିଦେଇ‌

ନ‌ଈନାଳ ଜଳାଶୟ ପାଣିମୋ ଦୂଷିତ

ତେଣୁଏହିକାରଣରୁ ମୁଁସଦା ଦୁ଼ଃଖିତ।

କଂକ୍ରିଟଚାଦରେମୋରଦେହ‌ଆଭରଣ

ଅଣନିଃଶ୍ବାସୀ ପରାଏମୋହରଜୀବନ

ଅଗ୍ନି ଜଳବାୟୁ ଆଉ ଆକାଶ ଏମାଟି

ସଭିଏଁ ଦୂଷିତ କୁହ ବଞ୍ଚିବି କେମିତି ?

ଏ ପଞ୍ଚଭୂତସରବେଆଜି ରୋଗାକ୍ରାନ୍ତ

କିପରିଏ ପରିବେଶ ହେବକୁହ ଶାନ୍ତ? 

ଝିଅମୌସୁମୀମୋହରସର୍ବଦାଅଶାନ୍ତି,

ଆସିବାକୁ ଇଚ୍ଛାକରୁନାହିଁ ସେକଦାପି।

ପରିବେଶ ସନ୍ତୁଳନ ଯେଣୁ ରହୁନାହିଁ,

ଲଘୁଚାପ ଦୁର୍ବିପାକବାତ୍ୟା ପ୍ରବେଶ‌ଇ

ଅଂଶୁଘାତଭୂମିକମ୍ପ ବନ୍ୟାକ୍ଷତି କରେ

କିପରି ରହିବ ଏହିସଂସାର ସୁଖରେ?

ନାଗମାତାମୋତେସିନାମସ୍ତକେଧରିଛି

ମୁଁ କିବାତୁମଜଞ୍ଜାଳ ସହିକି‌ ପାରୁଛି?

ବରଷକେ ଥରେ ମୁହିଁ ହୁଏ ରଜସ୍ୱଳା

ଶସ୍ୟଧାନଭରିବାକୁମୋର‌ଏହିଲୀଳା

ରଜପରବ‌ ଆନନ୍ଦେତୁମେ ପାଳୁଅଛ,

ମୋରସ୍ନାନ ଅନ୍ତେଭୂମିଦହନ କରୁଛ।

କୃଷିକାର୍ଯ୍ଯ‌ଆରମ୍ଭୁଛ ମୋପ୍ରିୟ ସନ୍ତାନ

ନାନାରସାୟନ‌ ସାର କରୁଛକ୍ଷେପଣ।

ଶକ୍ତିମୋର ଦିନୁଁଦିନ ଯାଏ ଅପଶରି‌ ,

ତେଣୁ ସୁସ୍ଥଶସ୍ୟ ପାରୁନାହିଁ ଜନ୍ମକରି

ମୁଁ ଧରିତ୍ରୀମାତାତୁମ ପିତାଯେଆକାଶ

ତାଙ୍କ‌ଓଠେଦେଖୁନାହିଁ ମୁହିଁଯେଣୁହସ

କିପରିହରଷେମୋଠିଁ ବରଷିବେଜଳ

ତେଣୁ ମୁହିଁ ହୁଏ ସଦା ଡହଳବିକଳ।

ଯଦି ମାତାପିତା ଖୁସି ରଖିବାକୁ ଚାହଁ

ବାଡ଼ିବଗିଚା ସବୁଠିଁବୃକ୍ଷଯେ ଲଗାଅ।

ସବୁଜିମା ହେବିମୁହିଁ ସୁନ୍ଦର ଦିଶିବି‌,

ମୋପତିଦେବଆକାଶମନ ଆକର୍ଷିବି।

ତେଣୁ ଅବିଳମ୍ବେମୋରମନକୁବୁଝିବେ

ବରଷିଅମୃତଧାରା‌ ମୋମନରଞ୍ଜିବେ।

ତେଣୁମାତୃପଣ ମୋରସାର୍ଥକଟିହେବ

ପଣତରୁମୋର ଖାଲି ମମତା ଝରିବ‌।

ମାଟିଆକାଶରମହା‌ ମିଳନ ଏ ରଜ,

ଆନନ୍ଦେଅଧିର‌ ମୁହିଁ ଦେଖି ସଜବାଜ

ହେପ୍ରିୟସନ୍ତାନଯଦିମାନିବମୋବାଣୀ

ଧନଧାନ୍ଯେପୁରିଯିବ‌ ତୁମ ଏ ଧରଣୀ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

    

Related posts

ଡାଳଗୁମା ଠାରେ କଂଗ୍ରେସ ପକ୍ଷରୁ ବ୍ଲକ ସ୍ତରୀୟ ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ

Sunil Chandra Nayak

ମମତା ସାହୁ ଙ୍କ କବିତା ଆସ ଗୋ ମୌସୁମୀ

ମଧୁମାଧଵ ତୀର୍ଥ ରେ ଶ୍ରୀ ରାମ ନବମୀ ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!