ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା/ ନିଖିଳ ଭାରତ ବଙ୍ଗ ସାହିତ୍ୟ , ରାଉରକେଲା ଶାଖା ପକ୍ଷରୁ ଏକ ସମ୍ମିଳନୀ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଶାଖାର ସଭାପତି ପି କେ ସୋମଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଦିଲିପ କୁମାର ଭୁଇଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା, ବିହାର ଓ ଝାଡଖଣ୍ଡ ଦାୟିତ୍ୱରେ ଥିବା ଜୋନାଲ କମିଟିର ସଂପାଦକ ବିପୁଲ ଗୁପ୍ତା ମୁଖ୍ୟଅତିଥି ଓ କେନ୍ଦ୍ରୀୟ ଉପସଭାପତି ମନୋଜ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଗୁପ୍ତା ନିଖିଳ ଭାରତ ବଙ୍ଗ ସାହିତ୍ୟର ଇତିହାସ ସଂପର୍କରେ ବକ୍ତବ୍ଯ ରଖିଥିଲାବେଳେ ରାଉରକେଲା ଶାଖା ସଭାପତି ଶ୍ରୀ ସୋମ ଅନୁଷ୍ଠାନର କାର୍ଯ୍ୟକ୍ରମ ଓ ସାଧାରଣ ସଂପାଦକ ଶ୍ରୀ ଭୁଇ ଅନୁଷ୍ଠାନର ଅଗ୍ରଗତି ସମ୍ପର୍କରେ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ଶ୍ରୀ ଭୁଇ, ଶିକ୍ଷା ପରିଷଦର ସଂପାଦକ ପୂର୍ଣ୍ଣିମା ଦସ୍ତିଦାର, ବରିଷ୍ଠ ସଦସ୍ୟ ପି କେ ଦସ୍ତିଦାର, ଛବି ଦାସ, ସାଇଲେନ ଭଟ୍ଟାଚାର୍ଯ୍ୟୀ ଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସାଂସ୍କୃତିକ ସଂପାଦିକା ସୁସ୍ମିତା ନାସ୍କର ଓ ଛବି ଦାଅଙ୍କ ସଂଯୋଜନାରେ ଆତିଶ ସରକାର ଓ ସଂଚିତା ଚୌଧୁରୀ ସଂଗୀତ, ଆଲୋକ ବାନାର୍ଜୀ ଓ ସୋମ ନାସ୍କର କବିତା ପାଠ,ସୁଚିସ୍ମିତା ବିଶ୍ବାସ ଓ କୋଏନା ଦସ୍ତିଦାର ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରିମି ଚକ୍ରବର୍ତ୍ତୀ,ସୁସ୍ମିତା ନାସ୍କର, ସୋମ ବୈରାଗୀ, ସଂଜୁକ୍ତା ସେନ,ଆୟୋନ ଦେବ, ପପିୟା ମଜୁମଦାର, ଦିପାଳୀ ବାନାର୍ଜୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଫକୀରପୁର ଯୁବକ ସଂଘ ଆନୁକୂଲ୍ୟରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ

Sunil Chandra Nayak

ଚିଚିଆ ଗ୍ରାମ ପଞ୍ଚାୟତରେ ଜଳଛତ୍ରର ଅଭାବ

Sunil Chandra Nayak

ବୁଏରଗାଁ ଠାରେ କସ୍ତୁର୍ବା ଗାନ୍ଧୀ ବାଳିକା ବିଦ୍ୟାଳୟ ଅତିରକ୍ତ ଶ୍ରେଣୀ ଗୃହ ନିର୍ମାଣ ନେଇ ଶିଳାନ୍ୟାସ 

Sunil Chandra Nayak

Leave a Comment

error: Content is protected !!