ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝିମିଟି ଖେଳରୁ ମହାଭାରତ ର ରୁପରେଖ         

 ନବରଙ୍ଗପୁର(ମସିହା) ଝିମିଟି ଖେଳ ରୁ ମହାଭାରତ ହେଲା ଭଳି ସାମାନ୍ୟ ଭଳିବଲ ଖେଳରୁ ରେଗିଙ୍ଗ ଅଭିଯୋଗ ଆସି ଏବେ କଲେଜ ପରିସର ଅଶାନ୍ତ ହେଇଚି ।ଏଇ ଘଟଣା ଏବେ ଟାଉନ ଥାନା ରେ ମଧ୍ୟ ପହଂଚିଛି। ସୂଚନା ଅନୁଯାୟୀ ନବରଙ୍ଗପୁର ସରକାରୀ ପଲିଟେକ୍ନିକ କଲେଜ ମେକାନିକାଲ ବିଭାଗ ର ଦ୍ଵିତୀୟ ବର୍ଷ ର ଛାତ୍ର ବଜରଙ୍ଗ ପାଞ୍ଜିଆ ନିଜ ର କିଛି ସାଙ୍ଗ ମାନଙ୍କ ସହ ସିନିଅର ମାନଙ୍କ ଭଲି ବଲ ଖେଳ କୁ ବସି ଦେଖୁଥିଲେ ହେଲେ ଖେଳିବା ସମୟରେ ବଲ ଟି କିଛି ଦୂର କୁ ଚାଲିଯାଇଥିଲା । ସିନିଅର ପିଲା ମାନେ ବଲ ଆଣିବାକୁ ବଜରଙ୍ଗ ଙ୍କୁ କହିଥିଲେ, କିନ୍ତୁ ସନ୍ଧ୍ୟା ହେଇ ଅନ୍ଧାର ହେଇଯାଇଥିବାରୁ ସରୀସୃପ ଭୟ ରେ ବଜରଙ୍ଗ ବଲ ଆଣିବାକୁ ରାଜି ହେଇ ନଥିଲେ ଏବଂ ହଷ୍ଟେଲ ର ନିଜ ରୁମ କୁ ଚାଲିଯାଇଥିଲେ ।ଏତିକି କଥା ରେ ତୃତୀୟ ବର୍ଷ ସିନିଅର ମାନେ ରାଗି ଯାଇ ପ୍ରାୟ 15 ଜଣ ବଜରଙ୍ଗ ଙ୍କ ରୁମ କୁ ଯାଇ ଅସଭ୍ୟ ଭାଷା ରେ ଗାଳିଗୁଲଜ କରି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ।ସେ ସିନିଅର ପିଲା ତାଙ୍କୁ ଆକ୍ରମଣ କରୁଥିବା ସମୟ ରେ ବଜରଙ୍ଗ ନିଜ ପରିବାର ଲୋକ ଙ୍କୁ ଭିଡିଓ କଲ ମାଧ୍ୟମରେ ମଧ୍ୟ ଦେଖେଇଥିବା କହିଛନ୍ତି ।ତାଙ୍କ ପରିବାର ଲୋକେ ଆଜି ପହଂଚି କଲେଜ ରେ ପାଟି ତୁଣ୍ଡ କରିଛନ୍ତି। କଲେଜ ରେ କୌଣସି ସମାଧାନ ର ରାସ୍ତା ନ ବାହାରିବାରୁ ଶେଷ ରେ ପରିବାର ଲୋକ ଙ୍କ ସହ ଉକ୍ତ ସିନିଅର ପିଲାଙ୍କ ବିରୁଦ୍ଧରେ ରେଗିଙ୍ଗ ସହ ମାଡ଼ ମାରିଥିବା ନେଇ ନବରଙ୍ଗପୁର ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ କଲେଜ କର୍ତ୍ତୃପକ୍ଷ କିନ୍ତୁ ରେଗିଙ୍ଗ ର ଅଭିଯୋଗ କୁ ଖଣ୍ଡନ କରିଛନ୍ତି, ସେଭଳି କିଛି ଘଟଣା ଘଟି ନାହି। କେବଳ ବଲ ଆଣିବାକୁ ନେଇ ଅଳ୍ପ ସମୟ ପାଇଁ କିଛି ପାଟିତୁଣ୍ଡ ହେଇଥିବା କହିଛନ୍ତି।କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେହେ ବଜରଙ୍ଗର କରିଥିବା ଭିଡିଓ ଦେଖି ରେଗିଙ୍ଗ କରିଥିବା ଛାତ୍ରଙ୍କ ଉପରେ କାର୍ଜ୍ୟାନୁଷ୍ଠାନ ଅନ୍ତତଃ ନେଇପାରିବେ ବୋଲି ବୁଧିଜିବୀ ମାନେ ଦାବୀ କରିଛନ୍ତି।ବଜରଙ୍ଗ ଙ୍କ ପରିବାର ଲୋକେ କିନ୍ତୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।କାର୍ଜ୍ୟାନୁଷ୍ଠାନ ନ ନେଲେ ଉକ୍ତ କଲେଜରେ ପାଠ ପଢିବା ପାଇଁ କେହି ଆଗ୍ରହ୍ ପ୍ରକାଶ କରିବେ ନାହିଁ।ଏଣୁ ଜିଲ୍ଲା ପ୍ରଶାସନର ଦ୍ରୁଷ୍ଟି ପଡିବା ନିହାତି ଜରୁରୀ।ତେବେ ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ଶ୍ରମିକ ଋଷି ଚନ୍ଦନ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ରିପୋର୍ଟ ତଲବ କଲେ ଏନ୍ଏଚ୍ ଆରସି

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ଜୀବନ ନଈ

Sunil Chandra Nayak

ଝରିଗାଁରେ ଗଡିଲା ଅହିଂସା ରଥ , ଭବ୍ୟ ସ୍ବାଗତ ଜଣାଇଲେ ଛାତ୍ରୀ ଛାତ୍ର ଏବଂ ସରକାରୀ କର୍ମଚାରୀ 

Sunil Chandra Nayak

Leave a Comment

error: Content is protected !!