ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା କଳାକାର ଆସୋସିଏସନର ପ୍ରଥମ ବାର୍ଷିକୋତ୍ସବ

ରାଉରକେଲା/ ସହରର ବିଭିନ୍ନ ସଂଗଠନର କଳାକାରଙ୍କୁ ନେଇ ନବଗଠିତ ରାଉରକେଲା କଳାକାର ଆସୋସିଏସନ ପ୍ରଥମ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶଙ୍କର ଜେନା ଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଲୁଲୁ ସାହୁଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆରଏସପି ର ମହାପ୍ରବନ୍ଧକ ବିଜୟ କୁମାର ରାଉତ ଓ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବକ୍ତବ୍ଯ ରେ କହିଥିଲେ ଯେ ସଂପ୍ରତି ରାଉରକେଲାରେ ଯେତେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି ତାହା ରାଜଧାନୀ ଠାରୁ କୌଣସି ଗୁଣରେ କମ୍ ନୁହେଁ। ଏହି ନବଗଠିତ କଳାକାର ଆସୋସିଏସନ ନୂତନ ତଥା ପୁରାତନ ପ୍ରତିଭାକୁ ସୁଯୋଗ ଦେଇ ସେମାନଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରି ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇପାରିଛି। କଳା ଓ ସଂସ୍କୃତି ଆମ ଜୀବନ ଶୈଳୀ ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ। ତେଣୁ ଏହାକୁ ଅଧିକ ରୁଦ୍ଦିମନ୍ତ କରିବା ସହ ଆଗାମୀ ଦିନରେ ଏହି ସଂଘ ଏକ ସ୍ବତନ୍ତ୍ର ପରିଚୟ ଲାଭ କରିବ ବୋଲି ମତ ରଖିଥିଲେ। ଏହି ଅବସରରେ ଅତିଥି ମାନେ ସଂଗୀତ ଗୁରୁ ସୁକଦେବ ଜେନା,ସଂଗୀତ ଗୁରୁ ଆଶାଲତା ଷଡଙ୍ଗୀ ଓ ବାଦ୍ୟ ଗୁରୁ ଗୋଲକ ବିହାରୀ ରାଉତଙ୍କୁ ଉପଢୌକନ,ପୁଷ୍ପଗୁଛ, ମେମୋଣ୍ଟୋ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକାରୀ ସଭାପତି ସ୍ମିତା ମିଶ୍ର ମାନପତ୍ର ପାଠ କରିଥିଲେ। ମଂଚ ସଂଯୋଜନା ରେ ମମତାଞ୍ଜଳୀ ଦାସ, ମାନସୀ ଦେ, ଶୁଭଶ୍ରୀ ସାହୁ,ଯଶୋବନ୍ତ ମହାନ୍ତି ଓ ବାଦ୍ୟ ସଂଯୋଜନାରେ ଗୁରୁ ମନୋଜ କୁମାର ନାୟକ ଓ ଗୁରୁ ସରୋଜ କୁମାର ପଣ୍ଡା ତଥା କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ଜୟନ୍ତ ମଲ୍ଲିକ,ସୁକାନ୍ତ କୁମାର ବାରିକ,ପିଙ୍କି ପ୍ରିୟଦର୍ଶନୀ,ସୁଶାନ୍ତ ଗିରି,ମୁରଲୀ ଗୋସାଇଁ,ମୀନାକ୍ଷୀ ପଲେଇ,ଲିଲିରାଣୀ ପଣ୍ଡା,ଆଶା ବାଲାନ,ମନୋଜ ସେଠୀ,ବିଭୁଦତ୍ତ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଜେନା ଅତିଥି ଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ଶ୍ରୀ ସାହୁ ଅନୁଷ୍ଠାନର ଆଭିମୁଖ୍ଯ ସହ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

କାଙ୍ଗାଳି ଚରଣ ସେଠୀ ଙ୍କ ରଙ୍ଗ ଭରା ଫଗୁଣ

Sunil Chandra Nayak

ରାଇରଙ୍ଗପୁର ହାଇସ୍କୁଲରେ ଉନ୍ନୟନ କାର୍ଯ୍ୟକ୍ରମ ର ସମୀକ୍ଷା

Sunil Chandra Nayak

ଜୁନାଗଡ଼ ବ୍ଲକ ର ଜୋନ ୧ ରେ ବିଜେଡି ର ବାଜିମାତ୍

Sunil Chandra Nayak

Leave a Comment

error: Content is protected !!