ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ର ମୁଣ୍ଡ ରକ୍ତାକ୍ତ ଘଟଣା ରେ ଶିକ୍ଷୟତ୍ରୀ ସସ୍ପେଣ୍ଡ

ତେନ୍ତୁଳିଖୁଣ୍ଟି 01 09 22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କୁକୁଡ଼ାବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ କବାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ୨୩ , ଅଗଷ୍ଟ ୨୦୨୨ରେ ଏକ ଅଭାବନୀୟ ଘଟଣା ଘଟିଥିଲା। ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନଙ୍କୁ ସବୁବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦେଇ ନିଜର ବ୍ୟକ୍ତି ଗତ କାମ ରେ ଲଗାଇବା ବିଦ୍ୟାଳୟ ରେ ରୋଷେଇ ପାଇଁ କାଠ ନ ଥିଲେ ପିଲାମାନଙ୍କୁ କାଠ ଭାଙ୍ଗି ଆଣିବାକୁ ପଠାଇବା ତାଙ୍କର ଏକ ଛତ୍ର ଶାସନ ଚାଲିଥିଲା।ଏହି ଶାସନ କିନ୍ତୁ ବେଶୀ ବର୍ଷ ମାସ ତିଷ୍ଟି ପାରିଲା ନାହିଁ। ୨୩ ଅଗଷ୍ଟ ରେ ପଞ୍ଚମ ଶ୍ରେଣୀ ପଡୁଥିବା ଛାତ୍ର ଯାକୁବ କାଠ ଭାଙ୍ଗିବା ବେଳେ ମୁଣ୍ଡରେ ବାଜି ରକ୍ତାକ୍ତ ହୋଇ ଯାଇଥିଲା।ଏହା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଜାଣି ତାଙ୍କ ପରିବାର ଙ୍କୁ ଡାକି ନିଜେ ଚିକିତ୍ସା କରିବାକୁ କୌଣସି ପଦକ୍ଷେପ ନ ନେଇ,ନିଜକୁ ନିର୍ଦ୍ଦେ।ଶ ପ୍ରମାଣ କରିବାକୁି ଘରକୁ ଚାଲିଯାଇଥିଲେ। ଜାକୁବ ର ଜେଜେ ବାପା ତୁରନ୍ତ ନବରଙ୍ଗପୁର ଚିକିତ୍ସାଳୟ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ।ତାଙ୍କ ମୁଣ୍ଡରୁ ରକ୍ତ ପ୍ରବାହ ଅଧିକ ହେଉଥିବାରୁ ତୁରନ୍ତ ନବରଙ୍ଗପୁର ନଗର ମଣ୍ଡଳ କଂଗ୍ରେସ କମିଟିର ସଭାପତି ଦେବକାନ୍ତ ପଣ୍ଡା ଙ୍କୁ ଅବଗତ କରିଥିଲେ। ପଣ୍ଡା ଏହି ବିଷୟ ନେଇ ବ୍ଲକ୍ ଗୋଷ୍ଟି ଶିକ୍ଷା ଅଧିକାରୀ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରିଥିଲେ କିନ୍ତୁ କୌଣସି ଫଳ ନ ମିଳିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।ତାଙ୍କ ପତ୍ର ମାଧ୍ୟମରେ ସଂପୃକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦେଇ ଙ୍କୁ ବ୍ଲକ୍ ଶିକ୍ଷା  ଅଧିକାରୀଙ୍କ ପତ୍ର ସଂଖ୍ୟା ୧୯୯୦/୨୦, ତାରିଖ ୨୬ ଅଗଷ୍ଟ ୨୦୨୨ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଶିକ୍ଷା ଅଧିକାରୀ ତିନି ଦିନ ମଧ୍ୟରେ ରେ, କାର୍ଯ୍ୟ ରୁ ସସ୍ ପେଣ୍ଡ କରିଥିବାର ଖବର ପାଇବା ପରେ, ନବରଙ୍ଗପୁର ନଗର କଂଗ୍ରେସ କମିଟିର ସଭାପତି ଶ୍ରୀ ପଣ୍ଡା ବ୍ଲକ୍ ଶିକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ ନବରଙ୍ଗପୁର ଜିଲ୍ଲାପାଳ ସାମ୍ବାଦିକ ବନ୍ଧୁ ମାନଙ୍କ ସାହାଯ୍ୟ ପାଇ ଧନ୍ୟବାଦ୍ ଦେଇଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ହାଇସ୍କୁଲ, ରୁପ୍ରା ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

Sunil Chandra Nayak

ସଂସ୍କୃତି ମଧ୍ୟରେ ସମନ୍ବୟ ରହିଲେ ସୁସ୍ଥ ସମାଜ ଗଠନ ସମ୍ଭବ..

Sunil Chandra Nayak

ମୟୂରଭଞ୍ଜ – ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠ ଦାଣ୍ଡବୋଷ ଗ୍ରାମକୁ ବିଶ୍ବସ୍ତରୀୟ ତୀର୍ଥସ୍ଥଳୀ ପ୍ରତିଷ୍ଠା ଉଦ୍ୟମ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!