ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବ ଶତ୍ରୁତାକୁ ଭୁଲିଯାଇ ଚୌଧୁରୀ ପରିବାର ର ୧୨୮ ସଦସ୍ୟ ଏକାଠି ନୂଆ ଖାଇଲେ

ଗୋଳାମୁଣ୍ଡା /ମସିହା/୦୧/୯/ଆଜି ପଶ୍ଚିମ ଓଡ଼ିଶାର ଗଣପର୍ଵ କୃଷିଭିତିକ ପର୍ଵ, ଗୋଳାମୁଣ୍ଡା ବ୍ଲକରେ ଅନେକ ସ୍ଥାନରେ ଶାନ୍ତି ଓ ଆନନ୍ଦ ଉଲ୍ଲାସର ସହିତ ପାରମ୍ପରିକ ରୀତିରେ ନୂଆଖାଇ ଥିବା ବେଳେ ଏକ ଭାଙ୍ଗି ଯାଇଥିବା ସମ୍ପକ ପୁଣି ଥରେ ଗଢି ଉଠିଥିବା ଚିତ୍ର ଦେଖିବାକୁ ମିଳିଛି,ଏଭଳି ଏକ ଖୁସିର ଦୃଶ୍ୟ ଦେଖିବାକୁ ମିଳିଥିଲା ଗୋଳାମୁଣ୍ଡା ବ୍ଲକ ଚହକା ପଞ୍ଚାୟତର ମାଲି ଜାତିର ଚୌଧୁରୀ ବଂଶର ସମସ୍ତ ପରିବାର ଏକାଠି ମିଶି ନୂଆଖାଇଥିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଦୀର୍ଘଦିନ ଧରି ପରିବାର ମଧ୍ୟରେ କଳହ ଲାଗିରହିଥିଲା । କିଏ କାହାର ଛାଇ ମାଡୁ ନ ଥିଲେ ଆଜି ତାଙ୍କର ନିଜ ନିଜ ଭିତରେ ଥିବା  ମନମାଳିନ୍ୟ   କୁ ଏଡାଇ ଦେଇ ସମସ୍ତ ପରିବାର ମିଶି ନୂଆ ଖାଇଥିବାରୁ ସମସ୍ତ ପାରିବାରିକ କନ୍ଦଳ ର ଅବସାନ ଘଟିଛି । ପ୍ରାୟତଃ ୧୨୮ଜଣ     ସଦସ୍ୟ   ବିଶିଷ୍ଠ ଚୌଧୁରୀ ପରିବାର ନୂଆଖାଇ ବୟୋଜ୍ୟେଷ୍ଠ ମାନଙ୍କୁ ପ୍ରଣିପାତ କରୁଥିବା ବେଳେ ସମସ୍ତ ମଧ୍ୟରେ ଏକ ଉତ୍ସାହ ଖେଳିଯାଇଛି । ପରିବାର ମଧ୍ୟରେ ଯେଉଁ କନ୍ଦଳ ଲାଗି ରହିଥିଲା ପଶ୍ଚିମ ଓଡିଶା ଗଣ ପର୍ବ,ମା ସମଲେଶ୍ବରୀ, ମାଣିକେଶ୍ୱରୀ, ଙ୍କ କୃପାରୁ ନୂଆଖାଇରେ ତାହା ଭୁଲିଯାଇ ଏକାଠି ହୋଇ ନୂଆ ଖାଇଥିବାରୁ ଚୌଧୁରୀ ପରିବାର ମଧ୍ୟରେ ଆନନ୍ଦର ଲହରୀ ଖେଲିଯାଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ନିର୍ଭୟ, ନିରପେକ୍ଷ ଓ ପ୍ରଗତିଶୀଳ ମସିହା

Related posts

ମଧୁସ୍ମିତା ସାହୁ ଙ୍କ କବିତା ବଞ୍ଚିବା

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

Sunil Chandra Nayak

ରବୀନ୍ଦ୍ର କୁମାର ବେହେରା ଙ୍କ ଗଳ୍ପ ମଗର ବୃତ୍ତାନ୍ତ

Leave a Comment

error: Content is protected !!